ଜୁଲାଇରେ ରଥଯାତ୍ରା ସରିଲା: ବିଶୃଙ୍ଖଳା ସଜାଡିବା ପାଇଁ ଅଗଷ୍ଟରୁ ଆରମ୍ଭ ହେଲା ପ୍ରସ୍ତୁତି

ଆସନ୍ତାବର୍ଷ ରଥଯାତ୍ରା କିଭଳି ଶୃଙ୍ଖଳିତ ଢଙ୍ଗରେ ସୁରୁଖୁରୁରେ କରାଯିବ, ସେନେଇ ବିସ୍ତୃତ ଭାବେ ଆଲୋଚନା କରାଯିବ। ଏନେଇ ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ଚିଠି ଲେଖିଛନ୍ତି। ଗତ ମାସରେ ସରିଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା।

63

Photograph: (kanak news)

କନକ ବ୍ୟୁରୋ: ରଥଯାତ୍ରା ସରୁ ସରୁ ଆସନ୍ତାବର୍ଷର ବିଶୃଙ୍ଖଳା ରୋକିବାକୁ ଏବେଠୁ ସଜବାଜ। ଆସନ୍ତା ୧୯ ତାରିଖରେ ବସିବ ଉଚ୍ଚସ୍ତରୀୟ ବୈଠକ। ୧୯ ତାରିଖ ସନ୍ଧ୍ୟା ୬ଟାରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ଆସନ୍ତାବର୍ଷ ରଥଯାତ୍ରା କିଭଳି ଶୃଙ୍ଖଳିତ ଢଙ୍ଗରେ ସୁରୁଖୁରୁରେ କରାଯିବ, ସେନେଇ ବିସ୍ତୃତ ଭାବେ ଆଲୋଚନା କରାଯିବ। ଏନେଇ ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ଚିଠି ଲେଖିଛନ୍ତି। ଗତ ମାସରେ ସରିଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା। ତେବେ ଏଥର ରଥଯାତ୍ରା ସମୟରେ ଦଳାଚକଟାରେ ୩ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଜଗନ୍ନାଥ ପ୍ରେମୀ କ୍ଷୁବ୍ଧ ହୋଇଥିଲେ। ସରକାରଙ୍କ ଅପାରଗତାକୁ ଦାୟୀ କରିଥିଲେ ବିରୋଧୀ। ଉନ୍ନୟନ କମିଶନର ଅନୁ ଗର୍ଗ ତଦନ୍ତ କରି ମାସେ ଭିତରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ତେଣୁ ଏହି ଭୁଲ୍ କିପରି ଆଉ ନହେବ, ସେଥିପାଇଁ ଏବେଠୁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe