ରାଜଭବନରେ ଲାଗିବ ଇଭି ; ସୌରଶକ୍ତିରେ ଚାଲିବ ସରକାରୀ ଅଫିସ୍

Advertisment

ସବୁଜ ଶକ୍ତି ଆପଣାଇବାରେ ଉଦାହରଣ ପାଲଟିଲା ରାଜଭବନ । ଏଣିକି ରାଜ୍ୟପାଳଙ୍କ କାରକେଡରେ ବ୍ୟବହାର ହେବ ଇ-କାର୍ । ସେପଟେ ସବୁ ସରକାରୀ ଅଫିସରେ ସୌର ପ୍ୟାନେଲ ଲଗାଇବାକୁ  ପ୍ରସ୍ତୁତି ଆରମ୍ଭ । 

ସବୁଜ ଶକ୍ତି ଆପଣାଇବାରେ ଉଦାହରଣ ପାଲଟିଲା ରାଜଭବନ । ଏଣିକି ରାଜ୍ୟପାଳଙ୍କ କାରକେଡରେ ବ୍ୟବହାର ହେବ ଇ-କାର୍ । ସେପଟେ ସବୁ ସରକାରୀ ଅଫିସରେ ସୌର ପ୍ୟାନେଲ ଲଗାଇବାକୁ  ପ୍ରସ୍ତୁତି ଆରମ୍ଭ । 

solar panel in govt offices

solar panel in govt offices Photograph: (KanakNews)

କନକ ବ୍ୟୁରୋ:  ସବୁଜ ଶକ୍ତି ବ୍ୟବହାର କ୍ଷେତ୍ରରେ ଓଡ଼ିଶା ରାଜଭବନ ନୂଆ ଉଦାହରଣ ସୃଷ୍ଟି କରିଛି । ରାଜ୍ୟପାଳଙ୍କ କାରକେଡ୍‌ ଠାରୁ ନେଇ ରାଜଭବନ ଯାଏଁ ସବୁଠି ଇଭି ଗାଡ଼ି ବ୍ୟବହାରକୁ ଗୁରୁତ୍ବ ଦିଆଯାଇଛି। ପରିବେଶ ସୁରକ୍ଷା ଦିଗରେ ଏହା ନୂଆ ଇତିହାସ ଲେଖିବାକୁ ଯାଉଥିଲା ବେଳେ ଅନ୍ୟମାନେ ଏହି ରାସ୍ତା ଅନୁସରଣ କରିବାକୁ ଆହ୍ବାନ ଦେଇଛନ୍ତି ରାଜ୍ୟପାଳ। ସେପଟେ ରାଜ୍ୟରେ ଇଭି ଗାଡ଼ି ବ୍ୟବହାର ଲାଗି ଖୁବଶୀଘ୍ର ଆସିବାକୁ ଯାଉଛି ନୂଆ ଇଭି ପଲିସି ।


ଚିନ୍ତା ବଢ଼ାଉଛି ପରିବେଶ ସୁରକ୍ଷା ଓ ସନ୍ତୁଳିତ ଜୀବନଯାପନ। ସେପଟେ ଅଶୋଧିତ ତୈଳ ଆମଦାନୀ ହ୍ରାସ କରି ବୈଦେଶିକ ମୁଦ୍ରା ସଞ୍ଚୟ କରିବା ବି ଆହ୍ବାନ ପାଲଟିଛି। ତା ସାଙ୍ଗକୁ ମୁଣ୍ଡ ଉପରେ ସବୁଜ ଶକ୍ତି ଆପଣାଇବାର ପ୍ରୟାସ। ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଏନେଇ ଖାଲି ଚିନ୍ତା କରିନାହାନ୍ତି ବରଂ ଅନ୍ୟମାନଙ୍କ ଲାଗି ସୃଷ୍ଟି କରିଛନ୍ତି ଉଦାହରଣ। ରାଜଭବନ ହେବାକୁ ଯାଉଛି ଅକ୍ଷୟ ଶକ୍ତି ବ୍ୟବହାରର ଉର୍ଜାକେନ୍ଦ୍ର। ଆଜି ରାଜଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବହୁ ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ଆଲୋଚନା କରିଥିଲେ ରାଜ୍ୟପାଳ। 

ରାଜ୍ୟପାଳଙ୍କ କାରକେଡ୍‌ରେ ଇ-କାର ବ୍ୟବହାର
ରାଜଭବନରେ ବ୍ୟବହାର ହେବ ଇ-ବାଇକ୍‌
ରାଜଭବନ ପରିସରରେ ୧୫୦ କିଲୋୱାଟ୍‌ ସୌର ପ୍ଲାଣ୍ଟ କାର୍ଯ୍ୟକ୍ଷମ
ରାଜ୍ୟପାଳଙ୍କ ବାସଭବନ ହେବ ନେଟ୍ - ଜିରୋ ଶକ୍ତି କ୍ୟାମ୍ପସ୍

ଏଥିସହ ଅକ୍ଷୟ ଶକ୍ତି ବ୍ୟବହାର ଲାଗି ରାଜ୍ୟପାଳ ଆହ୍ବାନ ଦେଇଛନ୍ତି । ଯାହା ସୁରକ୍ଷିତ ଭବିଷ୍ୟତ ଗଠନ କରିବ ବୋଲି କହିଛନ୍ତି ରାଜ୍ୟପାଳ । ସେପଟେ ରାଜ୍ୟରେ ଖୁବଶୀଘ୍ର ଆସିବ ନୂଆ ଇଭି ପଲିସି। ଯାହା ଅଧିକ ବିଦ୍ୟୁତ ଚାଳିତ ଗାଡ଼ି ବ୍ୟବହାରକୁ ପ୍ରୋତ୍ସାହିତ କରିବ। ସେହିପରି ସରକାରୀ ଅଫିସରଙ୍କ ବାସଭବନରେ ସୌର ପ୍ୟାନେଲ ଲଗାଇବା ବାଧ୍ୟତାମୂଳକ ହୋଇଛି । ଏଥିସହ ସମସ୍ତ ସରକାରୀ କର୍ମଚାରୀ ଇଭି ଗାଡ଼ି ବ୍ୟବହାର କରିବା ଉଚିତ ବୋଲି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଛନ୍ତି। ଅନ୍ୟପଟେ ରାଜ୍ୟର ସରକାରୀ କାର୍ଯ୍ୟାଳୟରେ ଆସନ୍ତା ୫ ବର୍ଷ ମଧ୍ୟରେ ଲାଗିବ ସୌର ପ୍ୟାନେଲ । ଏବେ କଟକ ଭୁବନେଶ୍ୱର କାର୍ଯ୍ୟାଳୟଗୁଡ଼ିକରେ ଲଗାଯାଇଛି ବୋଲି ସୂଚନା ଦେଇଛନ୍ତି ଶକ୍ତି ସଚିବ ବିଶାଳ ଦେବ।  ଯେଉଁ ସମୟରେ ଉଜୁଡ଼ି ଯାଉଛି ପରିବେଶ, ସନ୍ତୁଳନ ରହୁନି ଜୀବନଶୈଳୀ। ଠିକ୍‌ ସେତିକିବେଳେ ରାଜ୍ୟପାଳଙ୍କ ଆହ୍ବାନ ଅକ୍ଷୟ ଶକ୍ତି ବ୍ୟବହାର ଲାଗି ସୃଷ୍ଟି କରିପାରେ ନୂଆ ମାଇଲଷ୍ଟୋନ୍‌ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe