କନକବ୍ୟୁରୋ: ଆସନ୍ତାବର୍ଷର ଯୁକ୍ତ ଦୁଇ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ। ନଭେମ୍ବର ୧୫ ସୁଦ୍ଧା ସମସ୍ତ ପରୀକ୍ଷା କେନ୍ଦ୍ରରେ ଲାଗିବ ସିସିଟିଭି କ୍ୟାମେରା । ଯେଉଁଠି ସିସିଟିଭି କାର୍ୟ୍ୟକ୍ଷମ ହେଉ ନାହିଁ ତାହାକୁ ମରାମତି କରାଯିବ । ପ୍ରଶ୍ନପତ୍ର ପହଞ୍ଚିବା କ୍ଷଣି ତାହାକୁ କ୍ୟାମେରା ମାଧ୍ୟମରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଯେଉଁ ଶିକ୍ଷାନୁଷ୍ଠାନ ଗୁଡ଼ିକ ଧାର୍ୟ୍ୟ ସମୟ ମଧ୍ୟରେ ଏ ଦିଗରେ ପଦକ୍ଷେପ ନ ନେବେ ସେମାନଙ୍କ ପରୀକ୍ଷା କେନ୍ଦ୍ର ବାତିଲ କରାଯିବ । ଭିତ୍ତିଭୂମି ନଥିଲେ ସ୍କୁଲରେ ପରୀକ୍ଷା କେନ୍ଦ୍ର ହେବ ନାହିଁ । ଏଥିସହ କାର୍ୟ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/rG3pcVdG5s7ubsASofft.jpg)