କନକବ୍ୟୁରୋ : କନ୍ଧମାଳ ଜିଲ୍ଲାରେ ଭାଇଚାର ଓ ଶାନ୍ତି ଶୃଙ୍ଖଳାରେ ପାର୍ବଣ ପାଳିବାକୁ ଆହ୍ଵାନ ଦେଇଛି ଜିଲ୍ଲା ପ୍ରଶାସନ ।  କୌଣସି ସୋସିଆଲ ମିଡିଆରେ  ଆପତ୍ତିଜନକ ଖବରକୁ ବିଶ୍ବାସ ନକରିବାକୁ ଅପିଲ କରିଛି ପୁଲିସ ପ୍ରଶାସନ ।  ଦୁର୍ଗାପୂଜା, ଲକ୍ଷ୍ମୀ ପୂଜା ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ପୁଲିସ । ଜିଲ୍ଲାର ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ  କରାଯାଇ ଲୋକ ମାନଙ୍କୁ ସଚେତନତା କରାଯାଇ ଥିବା କହିଛନ୍ତି ବାଲିଗୁଡା ଏସଡିପିଓ ରମେନ୍ଦ୍ର ପ୍ରସାଦ । ପୁଲିସ ନଜରରେ ପୁରା ବାଲିଗୁଡା ସହର ରହିଛି ।  ଅନ୍ୟପଟେ ବିଭିନ୍ନ ଦେବୀ ପୀଠ ମାନଙ୍କରେ ଦେବୀ ପୂଜା ଆରମ୍ଭ ହୋଇଯାଇଛି  ।  ଗାଁ ଠୁ ସହର ହୋଇ ଉଠିଲାଣି ଉତ୍ସବ ମୁଖର ।  ବିଭିନ୍ନ ସ୍ଥାନରେ ସୂଉଚ୍ଚ ତୋରଣ ମାନ କରାଯାଇଥିବା ବେଳେ ଭଳିକି ଭଳି ରଙ୍ଗୀନ ଆଲୋକ ମାଳ ରେ ସାଜଶଯ୍ୟା କରାଯାଇଛି  ।  

Advertisment