କନକ ବ୍ୟୁରୋ : ରାଜ୍ୟରେ ପ୍ରଥମଥର ସରକାର କରିବା ପରେ ଦ୍ବୀତିୟ ଥର ଓଡିଶା ଗସ୍ତରେ ଆସୁଛନ୍ତି ବିଜେପିର ଚାଣକ୍ୟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସରକାରୀ କାର୍ଯ୍ୟକ୍ରମ ସହ ସଂଗଠନକୁ ଗୁରୁତ୍ବ ଦେବେ ଶାହା । ସରକାର ଗଢ଼ିବା ପରେ ଏବେ ଫୋକସରେ ରହିଛି ପଂଚାୟତ ଓ ପୌର ନିର୍ବାଚନ । ବିଜେଡିକୁ କ୍ଷମତାଚ୍ୟୁତ କରିବା ପରେ ପଂଚାୟତ ଓ ପୌର ନିର୍ବାଚନରେ କିଭଳି ମାତ୍‌ ଦେବେ ସେନେଇ ହେବ ମାନସ ମନ୍ଥନ । ରାଜ୍ୟରେ ବିଜେପି ପକ୍ଷରୁ ଚାଲିଥିବା ସଦସ୍ୟତା ଅଭିଯାନକୁ ଆଗକୁ ନେବେ ଅମିତ ଶାହା । ୧ କୋଟି ସଦସ୍ୟତା ଲକ୍ଷ୍ୟ ନେଇ ଆଗକୁ ବଢୁଥିବା ଦଳକୁ ବଳ ଦେବେ ଶାହା । ଅମିତ

Advertisment

ଶାହାଙ୍କ ବିଜେପି କାର୍ଯ୍ୟାଳୟରେ ବୈଠକର ମୁଖ୍ୟ ଏଜେଣ୍ଡା ରହିବ  
ମୋହନ ସରକାରରେ ଏବେ ବି ୬ ମନ୍ତ୍ରୀ ପଦ ଖାଲି ପଡିଛି 
ଆଶାୟୀ ଅଧିକ ଥିବାରୁ ଏହାକୁ ଘୁଞ୍ଚାଇ ଦିଆଯାଉଛି 
ତେଣୁ ବିଜେପି ଚାଣକ୍ୟଙ୍କ ମାର୍ଗଦର୍ଶନରେ ହୋଇପାରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ
ସରକାରକୁ  ୫ ମାସ ବିତିଯାଇଥିଲେ ସୁଦ୍ଧା ନିଗମ, ବୋର୍ଡ ନିଯୁକ୍ତି ହୋଇନାହିଁ 
ଶାହାଙ୍କ ଗସ୍ତ ପରେ ନିଯୁକ୍ତି ପାଇପାରନ୍ତି ବିଭିନ୍ନ ବୋର୍ଡ ଓ ନିଗମର ଅଧ୍ୟକ୍ଷ 

ତିନି ଦିନିଆ ଡିଜିପି ସମ୍ମିଳନୀ ଲାଗି ଓଡିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ନଭେମ୍ୱର ୨୯ ରୁ ଡିସେମ୍ବର ୧ ଯାଏଁ ଓଡ଼ିଶାରେ ରହି ଡିଜିପି ସମ୍ମିଳନୀରେ ଅଧ୍ୟକ୍ଷତା କରିବେ ଶାହା । ସରକାରୀ କାର୍ଯ୍ୟକ୍ରମ ସହିତ ବିଜେପି କାର୍ଯ୍ୟାଳୟରେ ଗୁରୁତ୍ୱପୁର୍ଣ ବୈଠକ ନେବେ । ମନ୍ତ୍ରୀ, ନେତା ଏବଂ ସାଙ୍ଗଠନିକ ନେତୃତ୍ୱଙ୍କୁ ମନ୍ତ୍ର ଦେବେ । ସୂଚନା ଅନୁସାରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ତିନି ଦିନ ଧରି ଆସିବେ ଶାହ । ରାଜ୍ୟ ନେତୃତ୍ୱଙ୍କ ସହ ମାରାଥନ ବୈଠକ କରି ଆଗାମୀ ଦିନର ରୋଡ଼ମ୍ୟାପ ପ୍ରସ୍ତୁତ କରିବେ । ରାଜ୍ୟ ସମବାୟ ବିଭାଗକୁ ଦଖଲକୁ ନେବା ଲକ୍ଷ୍ୟରେ ରହିଛି ବିଜେପି । ଆଗାମୀ ସମବାୟ ନିର୍ବାଚନ ଜିତିବାକୁ ରଣନୀତି କରୁଛି ଦଳ । କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହ ସମବାୟକୁ ଗରୁତର ସହ ନେଇ ପ୍ରତି ୩ ମାସରେ ଥରେ ଓଡ଼ିଶା ଆସିବେ ବୋଲି ଦଳ କହିଛି ।