କନକ ବ୍ୟୁରୋ : ନୂଆବର୍ଷରୁ ଶ୍ରୀମନ୍ଦିରରେ ଲାଗୁ ହେବାକୁ ଯାଉଛି ନୂଆ ଦର୍ଶନ ବ୍ୟବସ୍ଥା । ଗରୁଡ ସ୍ତମ୍ଭ ଠାରୁ ବାହାର କାଠ ପରିସର ୧୬ ପିଲାର ବିଶିଷ୍ଟ ଅଞ୍ଚଳରେ ୬ ଥାକିଆ ଦର୍ଶନ ବ୍ୟବସ୍ଥା ଆପଣାଇବାକୁ ଯାଉଛି ଶ୍ରୀମନ୍ଦିର ପ୍ରଶାସନ । ଆସନ୍ତା ଜାନୁଆରୀ ପହିଲାରୁ ଏହି ଦର୍ଶନ ବ୍ୟବସ୍ଥା ନିୟମିତ ଭାବରେ ଲାଗୁହେବ । ୩୦ ଓ ୩୧ ତାରିଖରେ ଟ୍ରାଏଲ ରନ ହେବ ।  ଭିତର ଦର୍ଶନ ସମୟରେ ଭକ୍ତ ସାତ ପାହାଚ ଦ୍ଵାରରେ ପ୍ରବେଶ କରି ଘଣ୍ଟି ଦ୍ଵାର ଓ ଗାରଦ ଦ୍ଵାରରେ ବାହାରି ପାରିବେ । 

Advertisment

ନୂଆ ଦର୍ଶନ ବ୍ୟବସ୍ଥାକୁ ପରୀକ୍ଷା ମୂଳକ ଭାବରେ ଯଥେଷ୍ଟ ଆଗୁଆ ଅର୍ଥାତ୍ ଡିସେମ୍ବର ୨୫ ତାରିଖ ସୁଦ୍ଧା ଲାଗୁ କରିବାକୁ ପରାମର୍ଶ ଦେଇଛନ୍ତି ସେବାୟତ। ସେମାନଙ୍କ ମତରେ ଡିସେମ୍ବର ୩୦, ୩୧ରେ ପରୀକ୍ଷା ପାଇଁ କଷ୍ଟକର ହେବ। ଆଗୁଆ ଲାଗୁ ହେଲେ ତ୍ରୁଟି ଥିଲେ ମଧ୍ୟ ସଂଶୋଧନ କରାଯାଇପାରିବ। ଆବଶ୍ୟକ ସଂଶୋଧନ ସହ ଡିଜାଇନ୍କୁ ଅନୁମତି ମିଳିବା ପରେ ରାମ୍ପ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । 

 ନୂଆ ବ୍ୟବସ୍ଥାରେ ୬ ଥାକିଆ ଧାଡ଼ି ଦର୍ଶନ ବ୍ୟବସ୍ଥା ରହିବ । ଦୁଇ ପାର୍ଶ୍ଵରେ ଚଢିବା ପାଇଁ ରହିବ ସୁଉଚ୍ଚ ରାମ୍ପ୍ । ଗୋଟିଏ ପାର୍ଶ୍ଵରେ ରାମ୍ପ ରେ ଚଢ଼ି ଧାଡ଼ି ସଦୃଶ ଷ୍ଟେପ୍ ରେ ଦର୍ଶନ କରିବା ସହ ଅନ୍ୟ ପାଶ୍ୱରେ ଥିବା ରାମ୍ପ ରେ ଓହ୍ଲାଇ ହେବ।