ବଡ଼ଦେଉଳକୁ ବାହୁଡ଼ିବେ ବଡ଼ଠାକୁର, ଶ୍ରୀଜିଉଙ୍କ ସନ୍ଧ୍ୟା ଦର୍ଶନ କଲେ ଶ୍ରଦ୍ଧାଳୁ

ରାତି ପାହିଲେ ବାହୁଡ଼ା ଯାତ୍ରା । ଚକାନୟନକୁ ଦେଖିବା ପାଇଁ ଆତୁର ଭକ୍ତ । ଦକ୍ଷିଣ ମୋଡ଼ ନେଇ ପ୍ରସ୍ତୁତ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ । ନବ ଦିନାତ୍ମକ ଯାତ୍ରା ଶେଷ କରି ଗୁଣ୍ଡିଚା ମନ୍ଦିରରୁ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ବାହୁଡ଼ିବେ ମହାବାହୁ ।

bahuda

Photograph: (kanak news)

କନକ ବ୍ୟୁରୋ: ଆସନ୍ତାକାଲି ବାହୁଡ଼ା । ଆଡ଼ପଣ୍ଡପରୁ ରତ୍ନବେଦିକୁ ଫେରିବେ କଳା ଠାକୁର । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଶରଧାବାଲିରୁ ବଡ଼ ଦେଉଳକୁ ପାଛୋଟି ନେବାକୁ ଆତୁରତାର ସହ ଅପେକ୍ଷା କରିଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ଅନ୍ୟପଟେ ଭକ୍ତଙ୍କ ଭିଡକୁ ଆଖିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି । 

ରାତି ପାହିଲେ ବାହୁଡ଼ା ଯାତ୍ରା । ଚକାନୟନକୁ ଦେଖିବା ପାଇଁ ଆତୁର ଭକ୍ତ । ଦକ୍ଷିଣ ମୋଡ଼ ନେଇ ପ୍ରସ୍ତୁତ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ । ନବ ଦିନାତ୍ମକ ଯାତ୍ରା ଶେଷ କରି ଗୁଣ୍ଡିଚା ମନ୍ଦିରରୁ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ବାହୁଡ଼ିବେ ମହାବାହୁ । ଆଡ଼ପ ମଣ୍ଡପରେ ଚଳିତ ବର୍ଷ ଶ୍ରୀଜିଉଙ୍କ ଶେଷ ଦର୍ଶନ ପାଇଁ ଜନସମୁଦ୍ର ପାଲଟିଛି ଶରଧାବାଲି । ବାହୁଡ଼ା ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । 

ବାହୁଡା ନୀତିନିର୍ଘଣ୍ଟ 
ଭୋର୍ ୪ଟାରେ ମଙ୍ଗଳ ଆଳତି
ମଧ୍ୟାହ୍ନ ୧୨ଟାରୁ ୨ଟା ୩୦ ମଧ୍ୟରେ ପହଣ୍ଡି 
୨.୩୦ରୁ ୩ଟା୩୦ ମଧ୍ୟରେ ଛେରା ପହଁରା
ଦିନ ୪ଟାରେ ହେବ ରଥଟଣା 

ନୀତିକାନ୍ତି ସବୁ ଠିକଠାକ ରହିଲେ, ସ୍ଥିର ହୋଇଥିବା ନୀତି ଅନୁସାରେ ସବୁକିଛି ସଂପନ୍ନ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଶରଧାବାଲିରେ ଅଘଟଣ ପରେ ବାହୁଡ଼ାରେ ଯେମିତି କୌଣସି ତ୍ରୁଟି ନହୁଏ, ସେନେଇ ଯଥେଷ୍ଟ ସତର୍କତା ଅବଲମ୍ୱନ କରିଛି ପୁରୀ ପୁଲିସ ଓ ପ୍ରଶାସନ । ନିଜେ ପୁଲିସ ଡିଜି ୱାଇ ବି ଖୁରାନିଆ ଶ୍ରୀକ୍ଷେତ୍ର ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ବାହୁଡ଼ା ଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ । ତେଣୁ ଭକ୍ତଙ୍କ ଭିଡ଼କୁ ଆଖିରେ ରଖି ଶୃଙ୍ଖଳିତ ଦର୍ଶନ, ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥାର ତଦାରଖ ପୁରୀ ଜିଲ୍ଲାପାଳ ଓ ଏସପି କରୁଛନ୍ତି । 

ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପରଦିନ ହେବ ସୁନାବେଶ । ପୁରୀରେ ୨୦ରୁ ୨୫ ଲକ୍ଷ ଭକ୍ତଙ୍କ ସମାଗମ ହେବା ସମ୍ଭାବନା ଥିବାରୁ ଟ୍ରାଫିକ ସମସ୍ୟାର ମୁକାବିଲା ପୁରୀ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜିଂ ହୋଇପଡିଛି । ଏଥିପାଇଁ ସ୍ୱତନ୍ତ୍ର ରୁଟ ଚାର୍ଟ ପ୍ରସ୍ତୁତ ହୋଇଛି । ନିର୍ଦ୍ଧାରିତ ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ସିସିଟିଭି ସର୍ଭିଲାନ୍ସରେ ରହିବ ପୂରା ପୁରୀ ସହର । ଜିଲ୍ଲା ପୁଲିସ ମୁଖ୍ୟାଳୟରେ ମନଟରିଂ ବ୍ୟବସ୍ଥା ମଧ୍ୟ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe