କନକ ବ୍ୟୁରୋ : ଭାରତରେ ନୂଆବର୍ଷକୁ ସ୍ୱାଗତ ପାଇଁ କାଡାଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି । କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସବୁଠି ନୂଆ ବର୍ଷର ଆଗମନ ପାଇଁ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ସେହିପରି ୨୦୨୪ର ଶେଷ ଦିନକୁ ସ୍ମରଣୀୟ କରିବା ପାଇଁ ଓଡ଼ିଶାରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ବର୍ଷର ଶେଷ ଦିନରେ ବିଭିନ୍ନ ସ୍ଥାନରେ ଜମୁଛି ପିକନିକ । ବଣଭୋଜିରେ ସବୁ ମସଗୁଲ୍ ହୋଇଛନ୍ତି । ନିଜ ସଂପର୍କୀୟ ଏବଂ ସାଙ୍ଗସାଥୀଙ୍କ ସହିତ କିଛି ଖୁସିର ମୂହୂର୍ତ ବିତାଇବା ପାଇଁ ବିଭିନ୍ନ ପିକନିକ୍ ସ୍ପଟରେ ଲାଗିଛି ଭିଡ । କିଏ ପରିବାର ସହ ଅନ୍ୟ କିଏ ବନ୍ଧୁ ସହ ବର୍ଷ ଶେଷର ମଜା ନେଉଛନ୍ତି । ବଣଭୋଜି ସହ ବିଭିନ୍ନ ପର୍ୟ୍ୟଟନସ୍ଥଳୀ ବୁଲି ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେଉଛନ୍ତି ।