ରାବଣ ଦେହରେ ଲାଗିବ ନିଆଁ; ଅସତ୍ୟ ଉପରେ ବିଜୟ ପାଇବ ସତ୍ୟ, ଧର୍ମ

ରାବଣପୋଡ଼ି ପାଇଁ ପ୍ରସ୍ତୁତି ଶେଷ । ସନ୍ଧ୍ୟା ସାଢ଼େ ୫ରୁ ଦେଶର ବିଭିନ୍ନ ସ୍ଥାନରେ ଆରମ୍ଭ ହେବ ରାବଣ ପୋଡ଼ି । ଅସତ୍ୟ ଉପରେ ସତ୍ୟର ବିଜୟ ପ୍ରତିକ ସ୍ବରୁପ ପାଳନ ହୁଏ ପର୍ବ ।

43ravan

କନକ ବ୍ୟୁରୋ : ଅସତ୍ୟ ଉପରେ ସତ୍ୟର ବିଜୟ । ଅନ୍ୟାୟ ଉପରେ ନ୍ୟାୟର ବିଜୟ ସ୍ୱରୂପ ଦେଶରେ ପାଳନ ହେଉଛି ରାବଣ ପୋଡ଼ି କାର୍ଯ୍ୟକ୍ରମ ।  ବିଜୟାଦଶମୀ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ପାଳନ ହେବ ରାବଣ ପୋଡ଼ି । ଦୀର୍ଘ ଦିନ ଧରି କାରିଗର ମାନେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । 
ସନ୍ଧ୍ୟା ସାଢ଼େ ୫ଟାରୁ ଆରମ୍ଭ ହେବ ଏହି କାର୍ଯ୍ୟକ୍ରମ । ହୀନ୍ଦୁଧର୍ମରେ ରାବଣକୁ ଅହଙ୍କାରର ପ୍ରତୀକ ଭାବେ ଦର୍ଶାଯାଇଛି  ଏବଂ ବିଜୟା ଦଶମୀରେ ରାବଣ ଦହନ କରି ନିଜ ଭିତରେ ଥିବା ଅହଙ୍କାରକୁ ମାରିବା ପାଇଁ ବାର୍ତ୍ତା ଦିଆଯାଇଛି । ଦିଲ୍ଲୀର ଦ୍ୱାରିକାରେ ୨୧୧ ଫୁଟର ରାମଣ ପ୍ରସ୍ତୁତ କରାଯାଇଛି । ଏଥିସହ ବିଭିନ୍ନ ସ୍ଥାନରେ ରାମଲିଳା କାର୍ଯ୍ୟକ୍ରମ ମଧ୍ୟ ଚାଲିଛି । ବିହାର, ଗୁଜରାଟ, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଭଳି ସ୍ଥାନରେ ମଧ୍ୟ ରାବଣ ଦହନ ପାଇଁ ପ୍ରସ୍ତୁତି ହୋଇଛି  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe