କନକ ବ୍ୟୁରୋ :  ସଜେଇ ହେଉଛି ସମଲେଇ ମନ୍ଦିର। ରଙ୍ଗତୂଳୀ ଧରି ସମ୍ବଲପୁରୀ ଚିତ୍ର ଆଙ୍କୁଛନ୍ତି ରଙ୍ଗ ମିସ୍ତ୍ରୀ । ସିନ୍ଦୁର ବର୍ଣ୍ଣା ରଙ୍ଗରେ ସମ୍ବଲପୁରୀ ଚିତ୍ର ମନ ମୋହୁଛି। ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଇଙ୍କ ପୀଠର ଏ ଚଳଚଂଚଳ ନୂଆଁଖାଇ ପାଇଁ। ଧାର୍ୟ୍ୟ ଲଗ୍ନ ଅନୁସାରେ, ଆସନ୍ତା ୮ତାରି ଦିନ ସକାଳ ୯ଟା ୧୨ ମିନିଟରୁ ୯ଟା ୨୭ ମିନିଟ ଭିତରେ ମାଁ ସମେଲଇଙ୍କ ଠାରେ ନବାନ୍ନ ଲାଗି ହେବ। ସେହି ଶୁଭମୂହୁର୍ତ୍ତ ପୂର୍ବରୁ ସବୁ ପ୍ରସ୍ତୁତି ସାରିବା ପାଇଁ  ରାତିଦିନ ଏକ କରି କାର୍ୟ୍ୟରେ ଲାଗିଛନ୍ତି କାରିଗର।

Advertisment

 ଆଉ ଦୁଇ ଦିନ ଭିତରେ ରଙ୍ଗକାମ ସରିଯିବ। ତେବେ ମାଆ ସମଲେଇଙ୍କ ସେବାରେ ନିଜକୁ ନିୟୋଜିତ କରି ନିଜକୁ ବେଶ୍ ଭାଗ୍ୟବାନ ମନେ କରିଛନ୍ତି ରଙ୍ଗ ମିସ୍ତ୍ରୀ। ରଙ୍ଗକାମ ପରେ ପାର୍ଶ୍ବ ଦେବାଦେବୀଙ୍କ ସଫାସୁତୁରା ସାଙ୍ଗକୁ ସିନ୍ଦୁର ଲଗା କାର୍ୟ୍ୟକ୍ରମ ହେବ। ନୂଆଁଖାଇର ଦୁଇ ଦିନ ପୂର୍ବରୁ ମାଆଙ୍କ ଅଳଙ୍କାର ସଫା କରିବେ ପୂଜକ ।