କନକ ବ୍ୟୁରୋ: ହିନ୍ଦୁ ଧର୍ମର ଅନ୍ୟତମ ପବିତ୍ର ପର୍ବ । ପ୍ରତି ୧୨ ବର୍ଷରେ ପାଳନ କରାଯାଉଥିବା ଏହି ଭବ୍ୟ ଉତ୍ସବରେ ବିଶ୍ୱର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଜାନୁଆରୀ ୧୩ରୁ ଫେବ୍ରୁଆରି ୨୬ ପର୍ୟ୍ୟନ୍ତ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଠିତ ହେବ । ଏହି ମେଳାରେ ଅନ୍ତର୍ଜାତୀୟ ପର୍ୟ୍ୟଟକଙ୍କ ସମେତ ପାଖାପାଖି ୪୦ରୁ ୪୫ କୋଟି ପର୍ୟ୍ୟଟକ ଯୋଗ ଦେବେ । ଏହି ଧାର୍ମିକ ଉତ୍ସବକୁ ଅନେକ ଭିଆଇପି, ଭିଭିଆଇପି ଓ କୋଟିପତି ମଧ୍ୟ ଆସିବେ ବୋଲି ଆଶା କରାଯାଉଛି ।
ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱର ଅନ୍ୟତମ ବୃହତ୍ତମ ଧାର୍ମିକ ସମାବେଶ ମହାକୁମ୍ଭ ମେଳା ୨୦୨୫ । କୋଟି କୋଟି ଶ୍ରଦ୍ଧାଳୁଙ୍କ ଆଗମନକୁ ଆକଳନ କରି ରାଜ୍ୟ ସରକାର ପୁଲିସ ଓ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହଯୋଗରେ ତୀର୍ଥଯାତ୍ରୀଙ୍କ ପାଇଁ ସବୁ ସୁବିଧା କରୁଛନ୍ତି । ଚଳିତବର୍ଷ ଏଥିରେ ଏଆଇ ପରି ଆଧୁନିକ ପ୍ରଯୁକ୍ତିକୁ ବି ବ୍ୟବହାର କରାଯାଉଛି । ମହାକୁମ୍ଭ ମେଳା ପାଇଁ ଡିଜିଟାଲ ସେଣ୍ଟର, ସିସିଟିଭି, ଏଲ୍ଇଡି ଡିସପ୍ଲେ, ଅତ୍ୟାଧୁନିକ ଏଆଇ ଚାଳିତ ଡାଟା ଆନାଲିଟିକ୍ସ ସଲ୍ୟୁସନ୍ ସିଷ୍ଟମ ସମେତ ଅନେକ ବୈଷୟିକ ବ୍ୟବସ୍ଥା କରାଯାଇଛି । ଏଥର ହଜିଲା ଲୋକଙ୍କୁ ଖୋଜିବା ପାଇଁ ‘ଭୁଲେ-ଭଟକେ କେନ୍ଦ୍ର’ ହେଉଛି ଏକ ଆଧୁନିକ ବ୍ୟବସ୍ଥା ।
Follow Us