ନୂଆପଡ଼ା ଉପ-ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ;  ବିଜୟ ପାଇଁ ଆରମ୍ଭ ହେଲାଣି ଅଙ୍କକଷା

ନୂଆପଡ଼ା ଉପ-ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ । ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କରିବାକୁ ପ୍ରକାଶ ପାଇଲା ବିଜ୍ଞପ୍ତି । ୯ ଅକ୍ଟୋବରରେ ଆସିବ ଚୂଡାନ୍ତ ଭୋଟର ତାଲିକା ।  ବିଜୟ ପାଇଁ  ଅଙ୍କ କଷିଲେଣି ରାଜନୈତିକ ଦଳ ।  ବିହାର ସହ ହୋଇପାରେ ଉପନିର୍ବାଚନ  । 

46

କନକ ବ୍ୟୁରୋ: ଓଡ଼ିଶା ରାଜନୀତିର ହଟସ୍ପଟରେ ଏବେ ନୂଆପଡ଼ା । କେବେ ହେବ ଉପ-ନିର୍ବାଚନ, କିଏ ହେବ ପ୍ରାର୍ଥୀ, କିଏ ମାରିବ ବାଜି ? ରାଜନୈତିକ ଦଳ ଓ ଭୋଟରଙ୍କ ମନରେ ଏଭଳି ପ୍ରଶ୍ନ ଉଙ୍କି ମାରୁଥିବାବେଳେ ଉପ-ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । 

ସେପ୍ଟେମ୍ବର ୮ ତାରିଖରେ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ଏବେ ନୂଆପଡା ଉପରେ ପୂରା ରାଜ୍ୟର ନଜର । ଏସବୁ ଭିତରେ ନୂଆପଡା ଉପ-ନିର୍ବାଚନ ପାଇଁ ପାଗ ଭିଡିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଉପ-ନିର୍ବାଚନ ପୂର୍ବରୁ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । 

୧୪ ସେପ୍ଟେମ୍ବର ସୁଦ୍ଧା ମତଦାନ କେନ୍ଦ୍ରର ପୁନଃବ୍ୟବସ୍ଥାପନ ଓ ପରିବର୍ତ୍ତନ
୧୫ ତାରିଖରେ ପ୍ରକାଶ ପାଇବ ଭୋଟର ଚିଠା ତାଲିକା
ସେପ୍ଟେମ୍ବର ୧୫ରୁ ୨୯ ମଧ୍ୟରେ ଦାବି ଓ ଆପତ୍ତି ଦାଖଲ କରିପାରିବେ
୭ ଅକ୍ଟୋବର ସୁଦ୍ଧା ଆପତ୍ତି ଓ ଅଭିଯୋଗର ହେବ ସମାଧାନ
୯ ଅକ୍ଟୋବରରେ ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା 

ବିହାର ବିଧାନସଭା ନିର୍ବାଚନ ସହ ଏକାସଙ୍ଗରେ ହୋଇପାରେ ନୂଆପଡ଼ା ଉପ-ନିର୍ବାଚନ । ଏହି ଉପ-ନିର୍ବାଚନ ରାଜ୍ୟର ୩ ପ୍ରମୁଖ ଦଳ ପାଇଁ ସମ୍ମାନର ଲଢେଇ ପାଲଟିଛି । ବିଜେପି ନୂଆପଡ଼ା ବାଜି ଜିତି ନୂଆ ସରକାରଙ୍କ ଗ୍ରହଣୀୟତା ବଢିଥିବାର ସଂକେତ ଦେବାକୁ ଚାହୁଛି ଏବଂ ଏଥିପାଇଁ ଦମ୍ଭୋକ୍ତି ମଧ୍ୟ ବାଢ଼ିଛି । ବିଜେଡି ପୁଣିଥରେ ନୂଆପଡ଼ା ଦଖଲ କରି ସଙ୍ଗଠନ ସୁଦୃଢ ଥିବାର ସଂକେତ ଦେବାକୁ ଆଶାବାଦୀ । ସେହିଭଳି ନୂଆପଡ଼ା ନିର୍ବାଚନରେ ବିଜୟ ଟିକା ପିନ୍ଧି କର୍ମୀଙ୍କ ମନରେ ଜୋଶ ଭରିବାକୁ ଜୋରଦାର ପ୍ରୟାସ କରୁଛି କଂଗ୍ରେସ । ରାଜନୈତିକ ଦଳର ହିସାବନିକାଶ ଭିତରେ ନୂଆପଡାରେ କିଏ ବାଜିମାତ କରିବ  ତାହା ସବୁଠୁ ବଡ଼ ପ୍ରଶ୍ନ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe