ଆସିବେ ଗଜାନନ ; ଚାଲିଛି ଜୋରଦାର ପ୍ରସ୍ତୁତି , ସଜେଇ ହେଲାଣି ମଣ୍ଡପ …

 ଆସୁଛି ଗଣେଶ ପୂଜା ।  ଚାଲିଛି ଜୋରଦାର ପ୍ରସ୍ତୁତି ।  ବିଘ୍ନରାଜଙ୍କ ପୂଜା ପାଇଁ ସଜେଇ ହେଲାଣି ମଣ୍ଡପ ।  ମୂର୍ତ୍ତିକୁ ଶେଷ ସ୍ପର୍ଶ ଦେଉଛନ୍ତି ମୂର୍ତ୍ତି କାରିଗର ।  ମୂର୍ତ୍ତି: ଏ ମୋ ପୋଷେ କୁଟୁମ୍ବ

38

କନକ ବ୍ୟୁରୋ: ଆଗକୁ ଆସୁଛି ଗଣେଶ ପୂଜା । ବିଘ୍ନରାଜଙ୍କ ପୂଜା ପାଇଁ ପୂଜା ମଣ୍ଡପ ପ୍ରସ୍ତୁତ, ମୂର୍ତ୍ତି କାରିଗର ବି ମୂର୍ତ୍ତିକୁ ଦେଉଛନ୍ତି ଶେଷ ସ୍ପର୍ଶ । ଶହ ଶହ ମୂର୍ତ୍ତି ତିଆରି କରି ବିଭିନ୍ନ ମଣ୍ଡପକୁ ପଠାଇବାକୁ କାରିଗର ତୟାରି କରୁଛି । 

ଆଉ ଦିନ କେଇଟା ପରେ ଗଣେଶ ପୂଜା । ଶିକ୍ଷାନୁଷ୍ଠାନଠୁ ବିଭିନ୍ନ ଛକ ବଜାର, ଗାଁଗଣ୍ଡା ସବୁଠି ପୂଜା ପାଇବେ ବିଘ୍ନରାଜ ଗଜାନନ । ଆଉ ଏହି ପୂଜାରୁ କିଛି ରୋଜଗାର କରିବେ ମୂର୍ତ୍ତି କାରିଗର । ଗ୍ରାହକଙ୍କ ଚାହିଦା ମୁତାବକ ପ୍ରାୟ ଦୁଇ ମାସ ପୂର୍ବରୁ ମୂର୍ତ୍ତି ପ୍ରସ୍ତୁତ କରିଛନ୍ତି । କଞ୍ଚାମାଲ ମାଟି, ନଡ଼ା, ରଙ୍ଗ, ସୂତା ସଂଗ୍ରହ କରି ମୂର୍ତ୍ତି ଗଢ଼ା ଜାରି ରଖିଛନ୍ତି ଖୋର୍ଦ୍ଧା ଜିଲ୍ଲାର କାରିଗର । 

କାରିଗରମାନେ ଗୋଟିଏ ସ୍ଥାନରେ ଶହଶହ ମୂର୍ତ୍ତି ଗଢ଼ୁଛନ୍ତି । ଖୋର୍ଦ୍ଧାର କୋଦୁଅବେରେଣି ଠାରେ ମୂର୍ତ୍ତିକଳା ନାମକ ସଂସ୍ଥା କରି ଦୁଇ ଭାଇ ପ୍ରଦୀପ, ଦିଲ୍ଲୀପ ମୂର୍ତ୍ତି ଗଢ଼ୁଛନ୍ତି । ଚଳିତବର୍ଷ ରାଜସ୍ଥାନୀ ଟୋପି ପିନ୍ଧା ଗଜନନଙ୍କ ମୂର୍ତ୍ତିର ବେଶ୍‌ ଚାହିଦା ରହିଛି । ସେହିପରି କୃଷ୍ଣବେଶ, ମହାରାଜା ବେଶ, ଠିଆ ଗଣେଶ ଅନେକ ପ୍ରକାର ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର । ମୂର୍ତ୍ତିରେ ରଙ୍ଗ ଦେବା କାମ ଚାଲିଛି। ମୂର୍ତ୍ତି ଗୁଡ଼ିକ ଗଢି ବେଶ ଦୁଇ ପଇସା ରୋଜଗାର ଆଶା ରଖିଛନ୍ତି କାରିଗର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe