କନକ ବ୍ୟୁରୋ :  ଫେସବୁକ ହେଉ କି ଇନଷ୍ଟାଗ୍ରାମ ଚଲାଉଥିବାବେଳେ  ଅନେକ ଭିଡିଓ ଆସେ  କିଛିଟା ଆମେ ଦେଖିଥାଉ ଆଉ କିଛି ଭିଡିଓ ଆମେ ଜାଣିଶୁଣି ସ୍କିପ କରିଦେଉ ।  କିନ୍ତୁ  କେବେ ଆପଣଙ୍କ ସହ ଏମିତି ହୋଇଛି କି  ହଠାତ୍‌ ପ୍ରେମାନନ୍ଦ ମହାରାଜ ଜୀ ଙ୍କ ଏକ ପ୍ରବଚନ ଭିଡିଓ ଆସିଗଲା ଆଉ ଆପଣ ଏହା କ୍ଲିକ କରିଦେଲେ । ମହାରାଜ ଜୀଙ୍କ  ଗୋଟିଏ ଲାଇନ୍‌  ଶୁଣିଲା ପରେ ଆପଣ ସାଙ୍ଗେ ସାଙ୍ଗେ ଏହାକୁ ସେୟାର କରି ନିଜ ଷ୍ଟାଟସରେ ରଖି ଦେଲେ ।  

Advertisment
premananda
premananda Photograph: (google)

 ତେବେ  ଏମିତି କହିବାର କାରଣ  ଏବେ ପ୍ରେମାନନ୍ଦ  ମହାରାଜଙ୍କ ପ୍ରବଚନ ଖୁବ୍‌ ଭାଇରାଲ ।  ଖାଲି ବୟସ୍କ ନୁହଁନ୍ତି ବରଂ  ପ୍ରେମାନନ୍ଦ  ମହାରାଜଙ୍କ କଥା ଶୁଣିବା ପାଇଁ ଯୁବପିଢି ମଧ୍ୟ ବ୍ୟାକୁଳ । ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ପ୍ରେମାନନ୍ଦ ମହାରାଜାଙ୍କ ପ୍ରବଚନର ଭିଡିଓ  ଭାଇରାଲ ହୋଇଥାଏ ।ତାଙ୍କ ପ୍ରବଚନ ଖୁବ୍‌ ସରଳ ଥାଏ। ଯେଉଁଥିପାଇଁ  ଅନେକ  ଯୁବକ ମଧ୍ୟ  ନିଜ ନିଜ ସମସ୍ୟା ନେଇ ପ୍ରେମାନନ୍ଦ ମହାରାଜାଙ୍କ  ପାଖକୁ ଯାଇଥାଆନ୍ତି । ବହୁତ ଲୋକ ମଧ୍ୟ ମହାରାଜଙ୍କ ନିକଟକୁ ଆସିଥାନ୍ତି । ସେମାନଙ୍କର ସମସ୍ୟାର ସମାଧାନ ପାଇଁ ।  ଅତି  ସରଳ ଭାବେ ତାଙ୍କୁ  ପ୍ରବଚନ ମାଧ୍ୟମରେ ବୁଝାଇଥାନ୍ତି ପ୍ରେମାନନ୍ଦ ।  

premananda

ସେହିପରି ବାବାଙ୍କ ନିକଟକୁ ଆସିଥିବା ଜଣେ ବ୍ୟକ୍ତି  ବାବାଙ୍କୁ କହୁଛନ୍ତି,  କଣ  ବ୍ରତ, ଉପବାସ  କଲେ  ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ?  ଏହାର  ଜବାବରେ  ପ୍ରେମାନନ୍ଦ କହିଲେ ଉପବାସ  କରିବା ଦ୍ବାରା ଇଛା, ମନୋସ୍କାମନା ପୁରଣ  ହୋଇଥାଏ । ବାମନ  ଭଗବାନ  ମଧ୍ୟ  ବ୍ରତରୁ ହିଁ ପ୍ରକଟ  ହୋଇଥିଲେ ।  ସେଥିପାଇଁ  ବ୍ରତ, ଉପବାସ କରି  କିଛି ବି ପ୍ରାପ୍ତ କରିହେବ । ଆମର ଶାସ୍ତ୍ର ଅନୁସାରେ  ସବୁଠାରୁ ବ୍ରତ ହେଉଛି  ଏକାଦଶୀ  । ଆଉ ଏହି ଏକାଦଶୀ ବ୍ରତ ପାଳନ  କରି ମନୋସ୍କାମନା ପୂରଣ କରାଯାଇପାରେ। ପ୍ରତ୍ୟେକ ବ୍ରତ ପାଳନ  ନିୟମ ଅନୁସାରେ  କରିବା ଦରକାର ।  ବ୍ରତ ନିତି  ନିୟମ ଅନୁସାରେ  ନକରିଲେ ଭଲ  ଫଳ ମିଳିନଥାଏ ।

premananda
premananda

 ଆଉ ଯଦି  ଭଗବାନଙ୍କ  ସାନିଧ୍ୟ ନେଇ  ବ୍ରତ କରାଯାଉଛି  ତେବେ ଜାଣତରେ ହେଉ କି ଅଜାଣତରେ ଯଦି  ଭ ବ୍ରତରେ କିଛି ଭୁଲ ହେଇଯାଉଛି ତଥାପି  ଭଲ ଫଳ ପ୍ରାପ୍ତି ହୋଇଥାଏ ।  ବ୍ରତ ପରେ ଯଦି  ୧୦ ମିନିଟ୍‌ ଭଜନ କିର୍ତ୍ତନରେ ସାମିଲ ହେଉଛନ୍ତି  ତେବେ  ବ୍ରତରେ ହୋଇଥିବା ଭୁଲ  କିର୍ତ୍ତନ ମାଧ୍ୟମରେ ଦୂର ହୋଇଯାଥାଏ । ଏଥିସହିତ ଗଭବାନଙ୍କ କିର୍ତ୍ତନରେ ସବୁ ମନସ୍କାମନା ପୂର୍ଣ୍ଣ ହୋଇଯାଇଥାଏ ।  ଆଉ ଭଗବାନ ଆପଣଙ୍କ ସାଥ୍‌ ଦେଇଥାନ୍ତି ।  ଏହି ଏହି କଥା ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବରେ ଲାଗିଛି ।