କନକ ବ୍ୟୁରୋ: ଟଙ୍କାର ଲୋଭ କେବେ ମରେ ନାହିଁ । ପ୍ରେମାନନ୍ଦ ମହାରାଜ କହିଲେ ସଂସାରର ସବୁଠାରୁ କିଏ ଧନୀ ଲୋକ ? ପ୍ରେମାନନ୍ଦ ମହାରାଜ ନିଜର ଅମୂଲ୍ୟ ବଚନରେ ଲକ୍ଷ ଲକ୍ଷ ଲୋକଙ୍କ ମାର୍ଗଦଶନ କରିଥାନ୍ତି । ପ୍ରତ୍ୟେକ ଦିନ ହଜାର ହଜାର, ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ନିଜ ସମସ୍ୟା ଏବଂ ପ୍ରଶ୍ନ ନେଇ ମହାରାଜଙ୍କ ନିକଟକୁ ଆସିଥାନ୍ତି । ନିକଟରେ ଜଣେ ଭକ୍ତ ମହାରାଜଙ୍କୁ ପ୍ରଶ୍ନ ପଚାରିଥିଲେ ଯେ, ମହାରାଜ ମୁଁ ଖୁସି ରହିବାକୁ ଚାହୁଁଛି, ମୁଁ ଅଧିକ ଟଙ୍କା ରୋଜଗାର କରି ବଡ଼ ଲୋକ ହେବାକୁ ଚାହୁଁଛି। କାରଣ ଆଜିର ସମୟରେ ଟଙ୍କା ହିଁ ସବୁ କିଛି । ଭକ୍ତ ଜଣଙ୍କର କଥା ଶୁଣି ପ୍ରେମାନନ୍ଦ ମହାରାଜ କହିଲେ, ତୁମେ କେତେ ବଡ଼ ହେବାକୁ ଚାହୁଁଛ ? ଭକ୍ତ ଜଣଙ୍କ କହିଥିଲେ ଏତେ ବଡ଼ ହେବି ଯେ ତାହାର ଅନ୍ତ ନଥିବ ।
ଏହି ଉତ୍ତରରେ ମହାରାଜ ଅତି ସରଳ ଏବଂ ଗମ୍ଭୀର ପୂର୍ଣ୍ଣ ଉତ୍ତର ଦେଇଥିଲେ, ଏହା ବିବେକର କଥା, ଯେଉଁ ଲୋଭର ଅନ୍ତ ନାହିଁ କିନ୍ତୁ ଆମ ପାଖରେ ଯେତିକି ଅଛି ସେଥିରେ ସନ୍ତୁଷ୍ଟ କାହିଁକି ହୁଅନ୍ତିନି । ମହାରାଜ କହିଥିଲେ ଆମକୁ ସନ୍ତୁଷ୍ଟ ହେବାର ଅଛି । କରଣ ଆପଣ ଯେତେ. ଧନୀ ହୁଅନ୍ତୁ ନା କାହିଁକି ଯଦି ଲୋଭର ଅନ୍ତ ନ ଘଟୁଛି ମନକୁ କେବେ ଶାନ୍ତି ମିଳିବନି । ସେଥିପାଇଁ ଏହି ଲୋଭକୁ ଆଜି ହିଁ ମାରି ଦିଅନ୍ତୁ । ମହାରାଜ ଆହୁରି ମଧ୍ୟ କହିଛନ୍ତି, ଯାହା ପାଖରେ ଯେତିକି ଅଛି ସେତିକିରେ ସନ୍ତୁଷ୍ଟ ରୁହ ।
ସେଥିରେ ଖୁସି ରୁହ । ଆଉ ଭଗବାନଙ୍କୁ କୁହ ମୁଁ ଏହି ଚିନ୍ତନରେ ରାଜି କାରଣ ଏହା ହେଉଛି ପ୍ରକୃତ ଧନୀ ହେବାର ପରିଚୟ । ମହାରାଜ ଉଦାହରଣ ଦେଇ କହିଥିଲେ ଯଦି ତୁମେ ଭାରତର ସବୁଠାରୁ ଧନୀ ବ୍ୟକ୍ତି ହେଇଯାଉଛ ତଥାପି ସନ୍ତୁଷ୍ଟ ନଥିବ ତୁମେ ଲାଳସା ଥିବ ବିଶ୍ବର ଏକ ନମ୍ବର ଧନୀ ତାଲିକାରେ ରହିବାର । କାରଣ ଟଙ୍କାର ଏହି ଭୋକ କେବେ ଶାନ୍ତ ହେବ ନାହିଁ । ପ୍ରେମାନନ୍ଦ ମହାରାଜ କହିଛନ୍ତି ନାମ ରୂପୀ ଧନ ଅର୍ଜନ କର । ଇଶ୍ବରଙ୍କ ନାମ ନିଅ । ପ୍ରତ୍ୟେକ ସଙ୍କଟରୁ ଇଶ୍ବର ହିଁ ରକ୍ଷା କରିବେ ଏବଂ ପ୍ରକୃତ ଶୁଖକୁ ପ୍ରାପ୍ତି କରିପାରିବ ।