କନକ ବ୍ୟୁରୋ: ଭଗବାନଙ୍କ ଭୋଗ ତିଆରି କରୁଥିବା ସମୟରେ ଯଦି ମାଛି କିମ୍ବା ମଶା ପଡ଼ିଯାଏ, ତେବେ କ'ଣ କରିବା ଉଚିତ୍? ପ୍ରେମାନନ୍ଦ ମହାରାଜ ଏହାର ଉତ୍ତର ଦେଇଛନ୍ତି । ଆସନ୍ତୁ ଜାଣିବା .. ଆଧ୍ୟାତ୍ମିକ ଗୁରୁ ପ୍ରେମାନନ୍ଦ ମହାରାଜ ତାଙ୍କର ସରଳ ଏବଂ ବାସ୍ତବବାଦୀ ଉତ୍ତର ପାଇଁ ଜଣାଶୁଣା । ତାଙ୍କୁ ଭକ୍ତମାନେ ଅନେକ ପ୍ରକାରର ପ୍ରଶ୍ନ ପଚାରିଥାନ୍ତି, ଏବଂ ସେ ସବୁବେଳେ ଶାସ୍ତ୍ରୀୟ ଜ୍ଞାନ ଆଧାରରେ ସନ୍ତୋଷଜନକ ଉତ୍ତର ଦିଅନ୍ତି । ଥରେ ଜଣେ ଭକ୍ତ ତାଙ୍କୁ ଏକ ସାଧାରଣ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିଥିଲେ: "ଯଦି ଭଗବାନଙ୍କ ପାଇଁ ଭୋଗ ପ୍ରସ୍ତୁତ କରୁଥିବା ସମୟରେ ସେଥିରେ ମାଛି କିମ୍ବା ମଶା ପଡ଼ିଯାଏ, ତେବେ କ'ଣ କରିବା ଉଚିତ୍?" ଏହି ପ୍ରଶ୍ନ ଶୁଣି ପ୍ରେମାନନ୍ଦ ମହାରାଜ ହସିଲେ ଏବଂ ଅତି ସରଳ ଭାବରେ ଉତ୍ତର ଦେଲେ। ସେ କହିଲେ, "ଦେଖନ୍ତୁ, ଭଗବାନ ହେଉଛନ୍ତି ଭାବର ଭୋକିଲା । ସେ ଆମର ଶ୍ରଦ୍ଧା ଏବଂ ପ୍ରେମ ଦେଖନ୍ତି । ଆମେ ଯେତେବେଳେ ଭୋଗ ପ୍ରସ୍ତୁତ କରୁ, ତାହା ଅତ୍ୟନ୍ତ ପବିତ୍ର ଭାବନା ସହିତ କରିଥାଉ । କିନ୍ତୁ, ମନୁଷ୍ୟ ଭାବରେ ଆମେ କେବେକେବେ ଭୁଲ୍ କରିଥାଉ ଏବଂ ଅଜାଣତରେ କିଛି ଅଘଟଣ ଘଟିଯାଏ ।"
ସେ ଆହୁରି ମଧ୍ୟ କହିଲେ, "ଯଦି ଭୋଗ ପ୍ରସ୍ତୁତ କରୁଥିବା ସମୟରେ ସେଥିରେ ମାଛି, ମଶା କିମ୍ବା ଅନ୍ୟ କୌଣସି ଜୀବ ପଡ଼ିଯାଏ, ଆମେ କଣ କରିବା ଉଚିତ୍ ? ମହାରାଜ କହିଥିଲେ, ଭଗବାନଙ୍କୁ ପ୍ରଦାନ କରାଯାଉଥିବା ଭୋଗ ସମ୍ପୂର୍ଣ୍ଣ ପରିଷ୍କାର ଏବଂ ପବିତ୍ର ହେବା ଉଚିତ୍ । ଯଦି ମାଛି କି ମଶା ପଡିଯାଏ କିମ୍ବା କେଶ ପଡ଼ିଯାଏ ତେବେ ସମଗ୍ର ଭୋଗ ନଷ୍ଟ ହୋଇଯାଇଥାଏ । ଭଗବାନଙକୁ ଏପରି ଭୋଗ ଅର୍ପଣ କରିବା ଉଚତ୍ ନୁହେଁ । ଆମେ ଏହାକୁ ଅପବିତ୍ର ବୋଲି କହିଥାଉ । ଯାହା ଭଗବାନଙ୍କୁ ଅର୍ପଣ କରିବା ଉଚିତ୍ ନୁହେଁ । ଯଦି ଏପରି କିଛି ଘଟେ ତେବେ ପୁନର୍ବାର ନୂଆ ଭୋଗ ପ୍ରସ୍ତୁତ କରିବା ଉଚିତ୍ ।
ପ୍ରେମାନନ୍ଦ ମହାରାଜ କହିଥିଲେ ଭୋଗ ପ୍ରସ୍ତୁତ କରିବା ପୂର୍ବରୁ ତୁମେ ତୁମର କେଶକୁ ଏକ କପଡାରେ ସୁରକ୍ଷିତ ଭାବେ ବାନ୍ଧି ଦିଅନ୍ତୁ । କେଶ ଖୋଲା କରି ଭୋଗ ପ୍ରସ୍ତୁତ କରିବା ଉଚିତ୍ ନୁହେଁ । ଭୋଗ ପ୍ରସ୍ତୁତ ସମୟରେ ଅଧିକ କଥା ହେବା ଉଚିତ୍ ନୁହେଁ । ଅଧିକ କଥା ହେବା ଦ୍ବାରା ଧ୍ୟାନ ବିଭ୍ରାନ୍ତ ହୁଏ । ଯଦି ତୁମେ ପ୍ରସାଦ ପ୍ରସ୍ତୁ ତ କରିବା ସମୟରେ ଧ୍ୟାନ ନ ଦିଅ ତେବେ ତୁମର ପବିତ୍ରତା ନଷ୍ଟ ହୋଇପାରେ । ଯାହାଦ୍ବାରା ଠାକୁରଙ୍କ ପୂର୍ଣ୍ଣ ପ୍ରସାଦ ଅର୍ପଣ କରିପାରିବ ନାହିଁ ।
ଭଗବାନଙ୍କୁ ଭୋଗ ଲଗାଇବା ପୂର୍ବରୁ ସବୁବେଳେ ସଫାସୁତରା ଉପରେ ଗୁରୁତ୍ୱ ଦିଅନ୍ତୁ। ଯେଉଁଠାରେ ଭୋଗ ପ୍ରସ୍ତୁତ କରାଯାଉଛି, ସେହି ସ୍ଥାନକୁ ସର୍ବଦା ପରିଷ୍କାର ରଖନ୍ତୁ ଏବଂ ସମ୍ଭବ ହେଲେ ଜାଲି କିମ୍ବା ଢାଙ୍କୁଣୀ ବ୍ୟବହାର କରନ୍ତୁ।" ପ୍ରେମାନନ୍ଦ ମହାରାଜଙ୍କ ମତରେ, ଭଗବାନଙ୍କୁ ସମର୍ପିତ କରୁଥିବା ପ୍ରତ୍ୟେକ କାର୍ଯ୍ୟ ଶ୍ରଦ୍ଧା ଏବଂ ସ୍ୱଚ୍ଛତା ସହିତ ହେବା ଉଚିତ୍, କିନ୍ତୁ ଅଜାଣତରେ ଘଟୁଥିବା ତ୍ରୁଟି ପାଇଁ ଅଧିକ ବିଚଳିତ ହେବା ଆବଶ୍ୟକ ନୁହେଁ । ବରଂ, ଶାନ୍ତ ମନରେ ସଂଶୋଧନ କରି ଆଗକୁ ବଢ଼ିବା ଉଚିତ୍ । ଏହି ଉପଦେଶ ଆମକୁ ଏହା ଶିକ୍ଷା ଦିଏ ଯେ ଆଧ୍ୟାତ୍ମିକତା ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସରଳତା ଏବଂ ବାସ୍ତବବାଦିତା ଆଣିଥାଏ। ଭଗବାନ କେବେବି ଆମର ଛୋଟ ତ୍ରୁଟିଗୁଡ଼ିକୁ ଦେଖନ୍ତି ନାହିଁ, ବରଂ ଆମର ପ୍ରେମ ଓ ଭକ୍ତିକୁ ହିଁ ଦେଖନ୍ତି। ଏହି କଥାକୁ ପ୍ରେମାନନ୍ଦ ମହାରାଜ ଅତି ସୁନ୍ଦର ଭାବରେ ବୁଝାଇଛନ୍ତି ।