ନବରଙ୍ଗପୁରରୁ ଆସିଲା ଜନନୀ ଯନ୍ତ୍ରଣାର ବିକଳ ଚିତ୍ର,  ଖରାପ ରାସ୍ତା ପାଇଁ ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ

ଖଟିଆରେ ବୁହାହେଲେ ଗର୍ଭବତୀ । କେବେ ସୁଧୁରିବ ବ୍ୟବସ୍ଥା ଉଠିଲା ପ୍ରଶ୍ନ ।

Road problem

Road problem Photograph: (KanakNews)

କନକ ବ୍ୟୁରୋ: ଗାଁକୁ ଆମ୍ବୁଲାନ୍ସ ଯିବାକୁ ରାସ୍ତା ନାହିଁ । ଦୁଇ କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ । ନବରଙ୍ଗପୁରରେ ଥମୁନି ଜନନୀ ଯନ୍ତ୍ରଣା ।  ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଘାଟଗୁଡା ଗ୍ରାମପଞ୍ଚାୟତ କାଙ୍ଗମାଝୀଗୁଡା ସିରାଗୁଡା ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଶ୍ରୀଦେବୀ ଗୌଡ଼ଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ଗ୍ରାମର ଆଶା ଦିଦିକୁ ଯୋଗଯୋଗ କରିଥିଲେ ।  ଆଶା ଦିଦି ତୁରନ୍ତ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ।

ଏମିତି ରାସ୍ତା ଯେଉଁଠି ଜୀବନ ଶସ୍ତା! ତମୁଡିବନ୍ଧରେ ମାଟି ରାସ୍ତାରେ ଗାଁକୁ ଗଲା ନାହିଁ ଆମ୍ବୁଲାନ୍ସ,ଖଟିଆରେ ବୁହାହେଲେ ଗର୍ଭବତୀ ।

ଖବର ପାଇ ମେଡିକାଲରୁ ଆମ୍ବୁଲାନ୍ସ ବି ବାହାରିଥିଲା । କିନ୍ତୁ କାଦୁଆ ଭର୍ତ୍ତି ରାସ୍ତା ଯୋଗୁଁ କାଙ୍ଗମଝିଗୁଡା  ଗାଁ ନିକଟରେ ଆମ୍ବୁଲାନ୍ସ ଅଟକିବାକୁ ବାଧ୍ୟ ହୋଇଥିଲା ।  ଏଠାରୁ ଆଉ ଆଗକୁ ଯିବା ସମ୍ଭବ ହୋଇ ନଥିଲା । ଶେଷରେ ପରିବାର ଲୋକ ମହିଳାଙ୍କୁ ଗୋଟିଏ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ବାଧ୍ୟ ହୋଇଥିଲେ । ବହୁ କଷ୍ଟ ରେ ଆମ୍ବୁଲାନ୍ସ ପାଖରେ ପହଂଚିବା ପରେ ସେଠାରୁ ପୁଣି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe