କନକ ବ୍ୟୁରୋ: ଗାଁକୁ ଆମ୍ବୁଲାନ୍ସ ଯିବାକୁ ରାସ୍ତା ନାହିଁ । ଦୁଇ କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ । ନବରଙ୍ଗପୁରରେ ଥମୁନି ଜନନୀ ଯନ୍ତ୍ରଣା । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଘାଟଗୁଡା ଗ୍ରାମପଞ୍ଚାୟତ କାଙ୍ଗମାଝୀଗୁଡା ସିରାଗୁଡା ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଶ୍ରୀଦେବୀ ଗୌଡ଼ଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ଗ୍ରାମର ଆଶା ଦିଦିକୁ ଯୋଗଯୋଗ କରିଥିଲେ । ଆଶା ଦିଦି ତୁରନ୍ତ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ।
ଖବର ପାଇ ମେଡିକାଲରୁ ଆମ୍ବୁଲାନ୍ସ ବି ବାହାରିଥିଲା । କିନ୍ତୁ କାଦୁଆ ଭର୍ତ୍ତି ରାସ୍ତା ଯୋଗୁଁ କାଙ୍ଗମଝିଗୁଡା ଗାଁ ନିକଟରେ ଆମ୍ବୁଲାନ୍ସ ଅଟକିବାକୁ ବାଧ୍ୟ ହୋଇଥିଲା । ଏଠାରୁ ଆଉ ଆଗକୁ ଯିବା ସମ୍ଭବ ହୋଇ ନଥିଲା । ଶେଷରେ ପରିବାର ଲୋକ ମହିଳାଙ୍କୁ ଗୋଟିଏ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ବାଧ୍ୟ ହୋଇଥିଲେ । ବହୁ କଷ୍ଟ ରେ ଆମ୍ବୁଲାନ୍ସ ପାଖରେ ପହଂଚିବା ପରେ ସେଠାରୁ ପୁଣି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/03/road-problem-2025-11-03-10-13-59.jpg)