କନକ ବ୍ୟୁରୋ: ଅଙ୍ଗନବାଡ଼ିରେ ଦିଆଯାଉଛି ନିମ୍ନମାନର ଛତୁଆ ଓ ଅନ୍ୟ ସାମଗ୍ରୀ । ନିମ୍ନମାନର ଛତୁଆ ଦିଆଯାଇ ଗର୍ଭବତୀ ଓ ଛୁଆଙ୍କ ଜୀବନ ସହିତ ଖେଳା ଯାଉଛି ସାଙ୍ଘାତିକ ଖେଳ । ଏଭଳି ଘଟଣା ସାମ୍ନାକୁ ଆସିଛି ଖୁଣ୍ଟା ବ୍ଲକ ଚୂନଡିହା ଅଙ୍ଗନବାଡିରୁ । ଚୂନଡିହା ଅଙ୍ଗନବାଡିରେ ପ୍ରସୂତି ଏବଂ ଗର୍ଭବତୀ ମହିଳାଙ୍କୁ ଦିଆଯାଇଛି ନିମ୍ନମାନର ଛତୁଆ। ଛତୁଆ ହିତାଧିକାରୀ ପାଇବା ପରେ ତାହାକୁ ଖୋଲିବାରୁ ଛତୁଆ ସହିତ ବାଦାମ ଲଡ଼ୁ ଏବଂ ସୁଜି ନିମ୍ନମାନର ହୋଇଥିବା ଜାଣିବାକୁ ପାଇଥିଲେ । ଏପରିକି କିଛି ଛତୁଆ ପକେଟରେ କାଠି, କୁଟା ସହିତ ଅଳିଆ ବାହାରିଥିଲା । ଲଡ଼ୁ ଗୁଡିକ ଫିମ୍ପି ଲାଗିଯାଇଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ । ଏପରିକି ନିମ୍ନ ମାନର ଛତୁଆ ଖାଇ ଛୋଟ ପିଲାଙ୍କ ଦେହ ଖରାପ ହୋଇଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି ହିତାଧିକାରୀ । ଯାହାକି ଅଙ୍ଗନବାଡି କୁ ଛତୁଆ ଯୋଗାଉଥିବା ସଂସ୍ଥା ଖରାପ ସାମଗ୍ରୀ ପେକିଙ୍ଗ କରି ଦେଉଥିବା କହିଛନ୍ତି ଅଭିଯୋଗକାରୀ ।
ଏହି ଛତୁଆ ସେଣ୍ଟର ନେଇ ପୂର୍ବରୁ ଅଭିଯୋଗ ହୋଇଥିଲେ ବି କୌଣସି ପଦକ୍ଷେପ ନିଆଯାଇନଥିବା କହିଛନ୍ତି ଅଙ୍ଗନବାଡ଼ି କର୍ମୀ । ଏହି ଘଟଣା ନେଇ ଛତୁଆ ସେଣ୍ଟର ପରିଚାଳକ ଏହାକୁ ମିଛ ଅଭିଯୋଗ ବୋଲି କହି ନିଜ ପାଇଁ ସଫେଇ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/08/5-2025-10-08-08-03-37.jpg)