ଝାରସୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକଙ୍କ ମାଡ଼ରେ କର୍ମଚାରୀ ଆହତ, ମାଡ଼ ମାରିବା ସହ ଜାତିଆଣ ଆକ୍ଷେପ କରିଥିବା ଥାନାରେ ଅଭିଯୋଗ

କର୍ମଚାରୀଙ୍କ ସହିତ ପ୍ରାଶାସନିକ ଅଧିକାରୀଙ୍କୁ ଦୁର୍ବ୍ୟବହାର ଭଳି ଘଟଣାକୁ ନେଇ ବିବାଦ ଘେରରେ ରହି ଆସିଥିବା ନିର୍ଦ୍ଦେଶକ ସନ୍ଦୀପ ତିୱାରୀ ବିମାନ ବନ୍ଦରର ବରିଷ୍ଠ ସହାୟକ ସନ୍ଦୀପ ମିଞ୍ଜଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିବା ଓ ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ ହୋଇଛି ।

11

କନକ ବ୍ୟୁରୋ :  ବିବାଦରେ ଝାରସୁଗୁଡା ବିମାନ ବନ୍ଦର ନିର୍ଦ୍ଦେଶକ । ବିମାନ ବନ୍ଦର ନିର୍ଦ୍ଦେଶକଙ୍କ ମାଡ଼ରେ କର୍ମଚାରୀ ଆହତ । କର୍ମଚାରୀଙ୍କ ସହିତ ପ୍ରାଶାସନିକ ଅଧିକାରୀଙ୍କୁ ଦୁର୍ବ୍ୟବହାର ଭଳି ଘଟଣାକୁ ନେଇ ବିବାଦ ଘେରରେ ରହି ଆସିଥିବା ନିର୍ଦ୍ଦେଶକ ସନ୍ଦୀପ ତିୱାରୀ ବିମାନ ବନ୍ଦରର ବରିଷ୍ଠ ସହାୟକ ସନ୍ଦୀପ ମିଞ୍ଜଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିବା ଓ ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ ହୋଇଛି । ଏନେଇ ସନ୍ଦୀପ ମିଞ୍ଜଙ୍କ ସମେତ ବିମାନ ବନ୍ଦର କର୍ମଚାରୀମାନେ ବିମାନ ବନ୍ଦର ଥାନାରେ ଲିଖିତ ଏତଲା ଦେଇଛନ୍ତି । ଅଭିଯୋଗ ଅନୁସାରେ, ସନ୍ଦୀପ ମିଞ୍ଜ ଏୟାରପୋର୍ଟ ଅଥରିଟି କର୍ମଚାରୀ ସଂଘର ସଭାପତି ଭାବେ କାର୍ଯ୍ୟରତ ଅଛନ୍ତି ।  ସନ୍ଦୀପ ମିଞ୍ଜ ସଙ୍ଘ ସମ୍ପର୍କିତ ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା କରିବାକୁ ନିର୍ଦ୍ଦେଶକ ସନ୍ଦୀପ ତିୱାରୀଙ୍କ କାର୍ଯ୍ୟାଳୟକୁ  ଯାଇଥିଲେ । ଆଲୋଚନା ସମୟରେ ତିୱାରୀ ତାଙ୍କୁ ଜାତିଆଣ ଆକ୍ଷେପ କରିବା ସହ ଗାଳି ଗୁଲଜ କରି ତାଙ୍କ ମୁହଁକୁ ୨ ମୁଥ ଓ ଗୋଇଠା ମାରିଥିଲେ ବୋଲି ଅଭିଯୋଗ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe