ଏମିତି ବି ହୁଏ ଅନ୍ଧବିଶ୍ୱାସରେ; ଗର୍ଭବତୀ ମହିଳାଙ୍କ ମୃତ୍ୟୁପରେ ପେଟଚିରି ଗଛମୂଳେ ଡେରିଦେଲେ

ପରିବାର ଲୋକେ ଅନ୍ଧବିଶ୍ବାସ ଓ କୁସଂସ୍କାରରେ ପଡ଼ି ମହିଳାଙ୍କ ମୃତଦେହକୁ ବିଜୟନଗର ପଞ୍ଚାୟତ ସିନ୍ଦୂରା ପାଟ ନିକଟ ନଦୀକୂଳରେ ପେଟଚିରି ଏକ ବାଉଁଶରେ ଡେରିଦେଇଥିଲେ । ସ୍ଥାନୀୟ ଅଞ୍ଚଳରେ ଖବର ପ୍ରଘଟ ପରେ କିଛି ସମାଜସେବୀ ମୃତ ମହିଳାଙ୍କ ପରିବାର ଲୋକମାନଙ୍କୁ ବୁଝାସୁଝା କରିବା ପରେ ପରିବାର ଲୋକେ ମହିଳାଙ୍କ ମୃତଦେହକୁ ଉଦ୍ଧାର କରି ପୋତି ଦେଇଥିବା ଜଣାପଡ଼ିଛି । 

ଏମିତି ବି ହୁଏ ଅନ୍ଧବିଶ୍ୱାସରେ…

ଏମିତି ବି ହୁଏ ଅନ୍ଧବିଶ୍ୱାସରେ… Photograph: (KanakNews )

କନକ ବ୍ୟୁରୋ: କୁସଂସ୍କାରର କରୁଣ ପରିଣତି । ଗର୍ଭବତୀଙ୍କ ମୃତ୍ୟୁ ପରେ ପେଟ ଚିରି ଗଛ ମୂଳରେ ଛାଡ଼ିଦେଲେ ପରିବାର ଲୋକେ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରୁ ଆସିଛି ଏଭଳି ଅଭାବନୀୟ ଖବର । ତେବେ ସମାଜସେବୀଙ୍କ ହସ୍ତକ୍ଷେପ ପରେ ମୃତଦେହ ପୋତି ଦିଆଯାଇଛି ।

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ବିଜୟନଗର ଗ୍ରାମର ସନ୍ତୋଷ କୁମାର ସାହୁଙ୍କ ପତ୍ନୀ ପଦ୍ମିନୀ ୪ମାସର ଗର୍ଭବତୀ ଥିଲେ । ପଦ୍ମିନୀ ମଧୁମେହ ରୋଗରେ ପୀଡ଼ିତ ଥିଲେ । ତେବେ ସୁଗାର୍ ବଢ଼ିଯିବାରୁ ପରିବାର ଲୋକେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଗୁରୁତର ଅବସ୍ଥାରେ ସେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ରବିବାର ରାତିରେ ତାଙ୍କର ମୃତ୍ୟୁ ହେବା ପରେ ପରିବାର ଲୋକେ ମୃତଦେହ ଘରକୁ ନେଇଆସିଥିଲେ । ହେଲେ ମୃତଦେହ ସଂସ୍କାର କରିବା ପରିବର୍ତ୍ତେ ପରିବାର ଲୋକେ ଅନ୍ଧବିଶ୍ବାସ ଓ କୁସଂସ୍କାରରେ ପଡ଼ି ମହିଳାଙ୍କ ମୃତଦେହକୁ ବିଜୟନଗର ପଞ୍ଚାୟତ ସିନ୍ଦୂରା ପାଟ ନିକଟ ନଦୀକୂଳରେ ପେଟଚିରି ଏକ ବାଉଁଶରେ ଡେରିଦେଇଥିଲେ । ସ୍ଥାନୀୟ ଅଞ୍ଚଳରେ ଖବର ପ୍ରଘଟ ପରେ କିଛି ସମାଜସେବୀ ମୃତ ମହିଳାଙ୍କ ପରିବାର ଲୋକମାନଙ୍କୁ ବୁଝାସୁଝା କରିବା ପରେ ପରିବାର ଲୋକେ ମହିଳାଙ୍କ ମୃତଦେହକୁ ଉଦ୍ଧାର କରି ପୋତି ଦେଇଥିବା ଜଣାପଡ଼ିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe