ଭୁଲ୍ ଚିକିତ୍ସାରୁ ଚାଲିଗଲା ପ୍ରସୂତିଙ୍କ ଜୀବନ,  ମେଡ଼ିକାଲ ସମ୍ମୁଖରେ ଲୋକଙ୍କ ଉତ୍ତେଜନା

ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆସିଲା ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ ।

ଡେଲିଭରି ଓମେନ୍ ଡେଥ୍

ଡେଲିଭରି ଓମେନ୍ ଡେଥ୍ Photograph: (KanakNews)

କନକ ବ୍ୟୁରୋ; ଲେବର ରୁମରେ ପ୍ରସୂତିଙ୍କ ମୃତ୍ୟୁ, ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାପା ଉତ୍ତେଜନା । ଭୁଲ୍‌ ଚିକିତ୍ସା ଯୋଗୁ ମୃତ୍ୟୁ ହୋଇଥିବା ଅଭିଯୋଗ। ଘଟଣା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ମୃତକଙ୍କ ପରିବାର ଲୋକ ମେଡ଼ିକାଲ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ବିମାନ ବନ୍ଦର ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝା‌ସୁଝା କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଝାରସୁଗୁଡ଼ା ଲଇକେରା ଭାତଲାଇଡା ଗାଁର ସୁଧାଂଶୁ ଭୋଇଙ୍କ ସ୍ତ୍ରୀ ଗୋମତି ସାହୁଙ୍କ ପ୍ରସବ ଯନ୍ତ୍ରଣା ପରେ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । 

ଗୁରୁବାର ରାତି ପ୍ରାୟ ୯ଟାରେ ତାଙ୍କୁ ଲେବର ରୁମକୁ ନିଆଯିବା ସହ ଅସ୍ତ୍ରୋପଚାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପରେ ଗୋମତି ଆଉ ଉଠିନଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଆନାସ୍ଥେସିଆ ଇଞ୍ଜେକ୍ସନରେ ଭାଗମାପ ଠିକ୍‌ ନରହିବା କାରଣରୁ ଗୋମତୀଙ୍କ ମୃତ୍ୟୁ ହୋଇଥିବା ନେଇ ଆଶଙ୍କା କରାଯାଉଛି। କିନ୍ତୁ ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଡାକ୍ତର ଏମଏଲସିରେ ଦର୍ଶାଇଛନ୍ତି । ମେଡ଼ିକାଲ କର୍ମଚାରୀଙ୍କ ଭୁଲ ଯୋଗୁ ପ୍ରସୂତିଙ୍କର ମୃତ୍ୟୁ ଅଭିଯୋଗ କରି ପରିବାର ଲୋକ ଅଭିଯୋଗ କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe