୭ ମାସର ଗର୍ଭବତୀଙ୍କୁ ପୋଡି ହତ୍ୟା ! ମା’ ସହ ଆଖି ବୁଜିଦେଲା ଗର୍ଭସ୍ଥ ଶିଶୁ ।

Advertisment

ଆଉ ଏକ ବଧୂହତ୍ୟା ଅଭିଯୋଗ। ୭ ମାସର ଗର୍ଭବତୀଙ୍କୁ ପୋଡ଼ି ମାରିଦେଲେ ଶ୍ୱଶୁର ଘର ଲୋକ। ଏଭଳି ଏକ ସାଂଘାତିକ ଓ ହୃଦୟବିଦାରକ ଖବର ଆସିଛି ମାଲକାନଗିରି ଥାନା ଏମ୍‌ଭି-୯ ଗାଁରୁ ।

ଆଉ ଏକ ବଧୂହତ୍ୟା ଅଭିଯୋଗ। ୭ ମାସର ଗର୍ଭବତୀଙ୍କୁ ପୋଡ଼ି ମାରିଦେଲେ ଶ୍ୱଶୁର ଘର ଲୋକ। ଏଭଳି ଏକ ସାଂଘାତିକ ଓ ହୃଦୟବିଦାରକ ଖବର ଆସିଛି ମାଲକାନଗିରି ଥାନା ଏମ୍‌ଭି-୯ ଗାଁରୁ ।

bb

କନକ ବ୍ୟୁରୋ: ଆଉ ଏକ ବଧୂହତ୍ୟା ଅଭିଯୋଗ। ୭ ମାସର ଗର୍ଭବତୀଙ୍କୁ ପୋଡ଼ି ମାରିଦେଲେ ଶ୍ୱଶୁର ଘର ଲୋକ। ଏଭଳି ଏକ ସାଂଘାତିକ ଓ ହୃଦୟବିଦାରକ ଖବର ଆସିଛି ମାଲକାନଗିରି ଥାନା ଏମ୍‌ଭି-୯ ଗାଁରୁ । ଗାଁର ୩୫ ବର୍ଷୀୟ ମହିଳା ବିନତା ମାଳି ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ଡାକ୍ତରଖାନାକୁ ବାହାରୁଥିଲେ। ହେଲେ ହଠାତ୍ ବିନତା ଜଳୁଥିବାର ଦେଖିବାକୁ ମିଳିଲା। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ତାଙ୍କ ଶରୀରର ୯୦ପ୍ରତିଶତ ଭାଗ ପୋଡି ଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରାନାରେ ଆଖିବୁଜିଥିଲେ ବିନତା। 

ବିନତାଙ୍କର  ତାଙ୍କ ଗର୍ଭରେ ଥିବା ସନ୍ତାନର ବି ମୃତ୍ୟୁ ହୋଇଥିବା ଜଣାପଡିଛି। ବିନତାଙ୍କ ମାନସିକ ସ୍ଥିତି ଠିକ୍ ନଥିବାବେଳେ ସେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିଥିବା ଶାଶୂଘର ଲୋକେ କହିଛନ୍ତି। ଅନ୍ୟପଟେ ତାଙ୍କୁ ହତ୍ୟା କରାଯାଇଥିବା କହି ମାଲକାନଗିରି ଥାନାରେ ଏତଲା ଦେଇଛନ୍ତି ବିନତାଙ୍କ ଭାଇ । ପୁଲିସ ଘଟଣାର ଆରମ୍ଭ କରିଛି। ବିନତାଙ୍କର ପୁର୍ବରୁ ମଧ୍ୟ  ଦୁଇଟି ଝିଅ ଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe