କନକବ୍ୟୁରୋ : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ। ଗୋପାଳପୁରଠାରୁ ପୂର୍ବ ଓ ଦକ୍ଷିଣ ପୂର୍ବ ଦିଗରେ ୨୬୦ କିମି, ପାରାଦୀପଠୁ ୨୯୦କିମି ଓ ଏବଂ ଦୀଘା ଠାରୁ ୪୧୦ କିମି ଦୂରରେ କେନ୍ଦ୍ରୀଭୂତ । ୨୪ ଘଣ୍ଟାରେ ଗଭୀର ଅବପାତ ରୂପରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଅତିକ୍ରମ କରିବା ସମ୍ଭାବନା ରହିଛି । ଏହା ପ୍ରଭାବରେ ରାଜ୍ୟରେ ୧୧ ତାରିଖ ପର୍ୟ୍ୟନ୍ତ ଲାଗି ରହିବ ବର୍ଷା 

Advertisment

ଏବେ ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ମାଲକାନଗିରି, କୋରାପୁଟ, ବାଲେଶ୍ଵର, ଭଦ୍ରକ ଓ ଯାଜପୁରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଆସନ୍ତାକାଲି କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ବୌଦ୍ଧ, କନ୍ଧମାଳ, ଗଞ୍ଜାମ, ଗଜପତି ଓ କଳାହାଣ୍ଡି ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାଣ୍ଣିଂ ଜାରି କରାଯାଇଛି। ୧୦ତାରିଖରେ ବି ୯ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।