ମହାକାର୍ତ୍ତିକ ବ୍ରତ ପାଇଁ ପ୍ରସ୍ତୁତ ଶ୍ରୀମନ୍ଦିର ପ୍ରଶାସନ ; ପଞ୍ଚୁକରେ ମହାପ୍ରଭୁଙ୍କ ନୀତି ଓ ସହଜ ଦର୍ଶନ ଉପରେ ଗୁରୁତ୍ୱ

ମହାକାର୍ତ୍ତିକ ବ୍ରତ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି । ପଞ୍ଚୁକ ପାଇଁ ଶୃଙ୍ଖଳିତ ନୀତି ଓ ସହଜ ଦର୍ଶନ ଉପରେ ଗୁରୁତ୍ୱ । ମାସ ମାସ ଧରି ଘର ଛାଡ଼ି ବ୍ରତ ପାଳନ କରୁଛନ୍ତି ହବିଷ୍ୟାଳି ।

p55555

କନକ ବ୍ୟୁରୋ: ହିନ୍ଦୁ ଶାସ୍ତ୍ର ଅନୁଯାୟୀ କାର୍ତ୍ତିକ ମାସ ହେଉଛି ପୁଣ୍ୟର ମାସ । ଏଥିପାଇଁ ସବୁ ମାସ ମଧ୍ୟରେ ଶ୍ରେଷ୍ଠ ମାସ ହୋଇଥିବାରୁ ଏକମାସ ଧରି ହବିଷ୍ୟାଳିମାନେ ପାଳନ କରନ୍ତି ପବିତ୍ର ମହାକାର୍ତ୍ତିକ ବ୍ରତ । ସେଥିମଧ୍ୟରୁ କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନକୁ ପଞ୍ଚୁକ ବ୍ରତ କୁହାଯାଇଥାଏ । ଏହି ବ୍ରତ ଆଉ ଅଳ୍ପ ଦିନ ଥିବା ବେଳେ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ପଞ୍ଚୁକ ପାଇଁ ନୀତି ଶୃଙ୍ଖଳିତ ଓ ଭକ୍ତଙ୍କ ସହଜ ଦର୍ଶନ ଉପରେ ଦିଆଯାଉଛି ଗୁରୁତ୍ୱ । 

ହଜାର ହଜାର ହବିଷ୍ୟାଳିଙ୍କ ସମାଗମରେ ପୁରୀ ସହର ଏବେ ଲୋକାରଣ୍ୟ ହୋଇପଡିଛି । ତେବେ ହବିଷ୍ୟାଳିମାନେ ନିଜ ପରିବାର ପରିଜନଙ୍କୁ ଛା଼ଡି ପୁରୀରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ପୁଣ୍ୟ ଅର୍ଜନ କରିବା ପାଇଁ  ପୁରୀ ରେ ରହି ବ୍ରତ ପାଳନ କରୁଛନ୍ତି । ଆଜିକୁ ୨୦ ଦିନ ବିତି ଯାଇଥିଲେ ବି ସେମାନଙ୍କୁ ପରିବାର କଥା ମନେ ପଡେନି। ଏଠି ରହି ମାସସାରା ମହାପ୍ରଭୂଙ୍କୁ ଦର୍ଶନ କରି ହବିଷ୍ୟ ବ୍ରତ କଲେ ମହାପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe