ଆଜି ପ୍ରାକ୍ ବଜେଟ୍ ପାଇଁ ବୈଠକ : ଦିନ ସାଢ଼େ ୧୦ଟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ମିଟିଂ

Advertisment

ଆଜି ପ୍ରାକ୍ ବଜେଟ୍ ପାଇଁ ବୈଠକ। ଆଥିର୍କ ବର୍ଷ ୨୦୨୫-୨୬ ପାଇଁ ଆସନ୍ତା ଫେବ୍ରୁଆରି ୧୩ ତାରିଖ ଠାରୁ ଓଡ଼ିଶା ସରକାରଙ୍କର ବଜେଟ୍‌ ଅଧିବେଶନ ଆରମ୍ଭ ହେବ। ରାଜ୍ୟ ସରକାର ଫେବ୍ରୁଆରି ୧୭ ତାରିଖରେ ସାଧାରଣ ବଜେଟ୍‌ ଉପସ୍ଥାପନ କରିବେ। ଅର୍ଥ ବିଭାଗର ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଜେଟ୍‌ ଉପସ୍ଥାପନ କରିବେ । 

ଆଜି ପ୍ରାକ୍ ବଜେଟ୍ ପାଇଁ ବୈଠକ। ଆଥିର୍କ ବର୍ଷ ୨୦୨୫-୨୬ ପାଇଁ ଆସନ୍ତା ଫେବ୍ରୁଆରି ୧୩ ତାରିଖ ଠାରୁ ଓଡ଼ିଶା ସରକାରଙ୍କର ବଜେଟ୍‌ ଅଧିବେଶନ ଆରମ୍ଭ ହେବ। ରାଜ୍ୟ ସରକାର ଫେବ୍ରୁଆରି ୧୭ ତାରିଖରେ ସାଧାରଣ ବଜେଟ୍‌ ଉପସ୍ଥାପନ କରିବେ। ଅର୍ଥ ବିଭାଗର ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଜେଟ୍‌ ଉପସ୍ଥାପନ କରିବେ । 

mohanmajhi 5

mohan majhi 5 Photograph: (KanakNews )

କନକବ୍ୟୁରୋ : ଆଜି ପ୍ରାକ୍ ବଜେଟ୍ ପାଇଁ ବୈଠକ। ଆଥିର୍କ ବର୍ଷ ୨୦୨୫-୨୬ ପାଇଁ ଆସନ୍ତା ଫେବ୍ରୁଆରି ୧୩ ତାରିଖ ଠାରୁ ଓଡ଼ିଶା ସରକାରଙ୍କର ବଜେଟ୍‌ ଅଧିବେଶନ ଆରମ୍ଭ ହେବ। ରାଜ୍ୟ ସରକାର ଫେବ୍ରୁଆରି ୧୭ ତାରିଖରେ ସାଧାରଣ ବଜେଟ୍‌ ଉପସ୍ଥାପନ କରିବେ। ଅର୍ଥ ବିଭାଗର ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଜେଟ୍‌ ଉପସ୍ଥାପନ କରିବେ । 

ବିକଶିତ ଓଡ଼ିଶା ଗଠନ ପାଇଁ ସ୍ଲୋଗାନ ଦେଉଥିବା ମୋହନ ସରକାର ଆଗାମୀ ଆର୍ଥିକ ବର୍ଷ ପାଇଁ କେଉଁ କ୍ଷେତ୍ରକୁ ଅଧିକ ଫୋକସ କରିବେ, ସେନେଇ ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନ ସାଢ଼େ ୧୦ଟାରେ ଏହି ବୈଠକରେ ଅଧ୍ୟକ୍ଷତା କରିବେ।  ଏଥିରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବିଚାରବିମର୍ଶ ହେବ। ବୈଠକରେ ଅର୍ଥନୀତି ବିଶେଷଜ୍ଞଙ୍କ ସହ ପୂର୍ବତନ ଅର୍ଥମନ୍ତ୍ରୀ ସାମିଲ ହେବେ ।

ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ଫେବ୍ରୁଆରୀ ୧୩ରେ ଆରମ୍ଭ ହେଉଥିବା ବେଳେ ରାଜ୍ୟପାଳଙ୍କ ଅଭିଭାଷଣରୁ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନ ଆସନ୍ତା ଏପ୍ରିଲ୍‌ ୫ ତାରିଖ ଯାଏଁ ୨ଟି ପର୍ଯ୍ୟାୟରେ ଜାରି ରହିବ। ଫେବ୍ରୁଆରି ୧୩ରୁ ୨୧ ଯାଏଁ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବ। ଏହା ପରେ ଫେବ୍ରୁଆରି ୨୨ରୁ ମାର୍ଚ୍ଚ ୬ତାରିଖ ଯାଏଁ ଅଧିବେଶନ ବନ୍ଦ ରହିବ। ମାର୍ଚ୍ଚ ୭ ତାରିଖ ଠାରୁ ଏପ୍ରିଲ ୫ ପର୍ଯ୍ୟନ୍ତ ୨ୟ ପର୍ଯ୍ୟାୟରେ ଅଧିବେଶନ ଜାରି ରହିବ।

ଆଜି ପ୍ରାକ୍ ବଜେଟ୍ ପାଇଁ ବୈଠକ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନ ସାଢ଼େ ୧୦ଟାରେ ବୈଠକରେ ଅଧ୍ୟକ୍ଷତା କରିବେ
ବୈଠକରେ ଅର୍ଥନୀତି ବିଶେଷଜ୍ଞଙ୍କ ସହ ପୂର୍ବତନ ଅର୍ଥମନ୍ତ୍ରୀ ସାମିଲ ହେବେ
ଆଗାମୀ ଆର୍ଥିକ ବର୍ଷ ପାଇଁ କେଉଁ କ୍ଷେତ୍ରକୁ ଅଧିକ ଫୋକସ କରିବେ, ଆଲୋଚନା କରାଯିବ

ଫେବ୍ରୁଆରି ୧୩ ତାରିଖ ଠାରୁ ଓଡ଼ିଶା ସରକାରଙ୍କର ବଜେଟ୍‌ ଅଧିବେଶନ
ଫେବ୍ରୁଆରି ୧୭ ତାରିଖରେ ସାଧାରଣ ବଜେଟ୍‌ ଉପସ୍ଥାପନ
ଅର୍ଥ ବିଭାଗର ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ବିଧାନସଭାରେ ବଜେଟ୍‌ ଉପସ୍ଥାପନ କରିବେ

ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ଫେବ୍ରୁଆରୀ ୧୩ରେ ଆରମ୍ଭ ହୋଇ ଏପ୍ରିଲ୍‌ ୫ ତାରିଖ ଯାଏଁ ଚାଲିବ
ଏହି ଅଧିବେଶନରେ ୨ଟି ପର୍ଯ୍ୟାୟ ରହିବ
ଫେବ୍ରୁଆରି ୧୩ରୁ ୨୧ ଯାଏଁ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବ
ଫେବ୍ରୁଆରି ୨୨ରୁ ମାର୍ଚ୍ଚ ୬ତାରିଖ ଯାଏଁ ଅଧିବେଶନ ବନ୍ଦ ରହିବ
ମାର୍ଚ୍ଚ ୭ ତାରିଖ ଠାରୁ ଏପ୍ରିଲ ୫ ପର୍ଯ୍ୟନ୍ତ ୨ୟ ପର୍ଯ୍ୟାୟରେ ଅଧିବେଶନ ଜାରି ରହିବ
 


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe