କନକ ବ୍ୟୁରୋ: କୋଟି କୋଟି ଶ୍ରଦ୍ଧାଳୁଙ୍କ ବୁଡ ପରେ ଏବେ ପ୍ରଦୂଷିତ ହେଲାଣି ତ୍ରିବେଣୀ ସଙ୍ଗମ ।ଏହି ଦାବି କରିଛି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନୂଆ ରିପୋର୍ଟ । ୩୦ଦିନ ଭିତରେ ତ୍ରିବେଣୀ ଜଳ ଏଭଳି ସ୍ଥିତିରେ ପହଁଚିଲାଣି କି ଏବେ ଏହା ଆଉ ବ୍ୟବହାର ଉପଯୋଗୀ ନାହିଁ ।ଏନଜିଟିର ଦାୟର ସିପିସିବିର ରିପୋର୍ଟ ପରେ ଏହି ଖୁଲ୍ଲାସା ହୋଇଛି । ଜଳସ୍ତରରେ ଏଭଳି କିଛି କ୍ଷତିକାରକ ଉପାଦାନ ମିଳିଛି ଯାହା ଚର୍ମକୁ କ୍ଷତି ପହାଁଚାଇବା ନେଇ ଆଶଙ୍କା ପ୍ରକାଶ ପାଇଛି ।
ରିପୋର୍ଟ ଅନୁସାରେ ପାଣିରେ ଫିକଲ କୋଲିଫର୍ମର ମାତ୍ରା ବଢ଼ିଯାଇଛି । ମାସକ ମଧ୍ୟରେ କୋଟି କୋଟି ସଂଖ୍ୟକ ଶ୍ରଦ୍ଧାଳୁଙ୍କ ବୁଡ ପକାଇବା ପରେ ପାଣିରେ ପ୍ରଦୂଷଣସ୍ତର ବଢ଼ିଯାଇଛି ।ତେବେ ରିପୋର୍ଟ ଦେଖିବା ପରେ ଏନଜିଟି ଚିନ୍ତା ପ୍ରକାଶ କରିଛି । ୭ଦିନ ଭିତରେ ବିସ୍ତୁତ ରିପୋର୍ଟ ଦାଖଲ ପାଇଁ ପିସିବିକୁ ନିର୍ଦ୍ଦେଶ ଦେଇଛି ଏନଜିଟି । ଆଗାମୀ ଶୁଣାଣୀ ୧୯ରେ କରାଯିବ ।ଏବେ ପ୍ରଶ୍ନ ଉଠୁଛି ଶ୍ରଦ୍ଧାଳୁଙ୍କ ସ୍ବାସ୍ଥ୍ୟ ବିପଦ ଥିବାବେଳେ ଆଗକଉ କ’ଣ ରହିବ ୟୁପି ସରକାରଙ୍କ ପଦକ୍ଷେପ? ଆସ୍ଥାର ବୁଡ ପକାଇବା ଅଧିକ ଜରୁରୀ ନା ସ୍ବାସ୍ଥ୍ୟ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/02/18/5iCtrt1As9Lxh0oJSncx.jpg)