କନକ ବ୍ୟୁରୋ : ରାତି ପାହିଲେ ମହାକୁମ୍ଭ । ୧୪୪ ବର୍ଷ ପରେ ଏଭଳି ପବିତ୍ର ମହୂର୍ତ୍ତ ଆସୁଥିବାରୁ ଶ୍ରଦ୍ଧାଳୁଙ୍କ ମନରେ ପ୍ରବଳ ଆସ୍ଥା। ସେପଟେ ମହାକୁମ୍ଭ ମେଳା ପାଇଁ ରେଳବାଇ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରୟାଗରାଜର ମହାକୁମ୍ଭ ମେଳା ପାଇଁ କୁମ୍ଭ ୱାର ରୁମର ଉଦଘାଟନ କରିଛନ୍ତି। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ନିରାପଦ ଯାତ୍ରା ଓ ଉନ୍ନତ ସେବା ପ୍ରଦାନ କରିବା ରେଲୱେ 'ୱାର ରୁମ'ର ମୂଳ ଲକ୍ଷ୍ୟ।
ରେଳ ବିଭାଗ ପକ୍ଷରୁ 'କୁମ୍ଭ ୱାର ରୁମ'ର ଶୁଭାରମ୍ଭ
'କୁମ୍ଭ ୱାର ରୁମ' ୨୪ /୭ ଘଣ୍ଟିଆ ସେବା ଯୋଗାଇ ଦେବ
ଏଥିରେ ପରିଚାଳନା ବିଭାଗ, ଆରପିଏଫ, ବାଣିଜ୍ୟ ବିଭାଗ ଅଧିକାରୀ ଅନୁଧ୍ୟାନ କରିବେ
ମେକାନିକାଲ ଇଞ୍ଜିନିୟର, ଇଲେକ୍ଟ୍ରିଲା ଡିପାର୍ଟମେଣ୍ଟ ପକ୍ଷରୁ ଅନୁଧ୍ୟାନ ଓ ପରସ୍ପର ମଧ୍ୟରେ ସମନ୍ୱୟ ରଖିବେ ।
ପ୍ରୟାଗ ରାଜର ୯ଟି ରେଳ ଷ୍ଟେସନରେ ୧,୧୭୬ଟି ସିସିଟିଭି କ୍ୟାମରା ଖଞ୍ଜା ଯାଇଛି ।
'ୱାର ରୁମ' ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ ରେଳବାଇ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ରଖିବ
ରେଳବାଇ ପକ୍ଷରୁ ଯାତ୍ରୀ, ଶ୍ରଦ୍ଧାଳୁଙ୍କୁ ଅନେକ ଭାଷାରେ ଯାତ୍ରା ସଂପର୍କିତ ସୂଚନା ଦିଆଯିବ
ତୀର୍ଥ ଯାତ୍ରୀଙ୍କ ସୁବିଧା ପାଇଁ ୧୨ଟି ଭାଷାରେ ସୂଚନା ଘୋଷଣା କରାଯିବ
ପ୍ରୟାଗରାଜ, ନୈନି, ଚୌକି ଓ ସୁବେଦାରଗଞ୍ଜ ସମେତ ୯ଟି ଷ୍ଟେସନରେ ୧୨ଟି ଭାଷାରେ ଘୋଷଣା ହେବ
କମ୍ଭମେଳା ସମୟରେ ପ୍ରୟାଗରାଜ ଦେଇ ମୋଟ ୧୩ ହଜାର ଟ୍ରେନ ଚଳାଚଳ କରିବ
ସେଥିରେ ୧୦ ହଜାର ନିୟମିତ ଟ୍ରେନ ରହିଛି
କେବଳ କୁମ୍ଭମେଳା ପାଇଁ ଗଡ଼ିବ ୩,୧୩୪ଟି ସ୍ୱତନ୍ତ୍ର ଟ୍ରେନ
ଯାହା ଗତ ବର୍ଷ ତୁଳନାରେ ସାଢେ ୪ ଗୁଣା ଅଧିକ
୧,୮୬୯ ସ୍ୱଳ୍ପଦୂରଗାମୀ ଟ୍ରେନ, ୭୦୬ଟି ଦୂରଗାମୀ ଟ୍ରେନ ଚଳାଚଳ କରିବ
କୁମ୍ଭମେଳା ସଂପର୍କିତ ପ୍ରକଳ୍ପ ପାଇଁ ୫ ହଜାର କୋଟି ଖର୍ଚ୍ଚ କରିଛି ରେଳ ବିଭାଗ
୪୮ଟି ପ୍ଲାଟଫର୍ମ ଓ ୨୧ଟି ଫୁଟ ଓଭରବ୍ରିଜ ତିଆରି କରାଯାଇଛି
୫୫୪ଟି ଟିକେଟ କାଉଣ୍ଟର, ୧୫୧ଟି ୟୁଟିଏସ କାଉଣ୍ଟର ଖୋଲାଯାଇଛି
କୁମ୍ଭମେଳା ପାଇଁ ଭିତ୍ତିଭୂମୀ ବାବଦରେ ରେଳ ବିଭାଗ ଖର୍ଚ୍ଚ କରିଛି ୩,୭୦୦ କୋଟି
ଚଳିତ କୁମ୍ଭମେଳାରେ ୪୦ କୋଟି ତୀର୍ଥଯାତ୍ରୀଙ୍କ ସମାଗମ ହେବା ଆକଳନ କରାଯାଇଛି
କେବଳ ମୌନୀ ଅମାବାସ୍ୟରେ ୫ କୋଟି ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବା ସମ୍ଭାବନା ରହିଛି
ଶ୍ରଦ୍ଧାଳୁଙ୍କ ସମ୍ଭାବ୍ୟ ଭିଡକୁ ଆଖିରେ ରେଳ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।