କନକବ୍ୟୁରୋ : ଆଜି ସରୁଛି ପ୍ରୟାଗରାଜରେ ଆୟୋଜିତ ବିଶ୍ବ ପ୍ରସିଦ୍ଧ ମହାକୁମ୍ଭ। ଆଜି ଶ୍ରଦ୍ଧାଳୁଙ୍କୁ ଅମୃତ ସ୍ନାନର ଶେଷ ସୁଯୋଗ ମଧ୍ୟ ମିଳିବ । ତେଣୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଆଜି ଖୁବ୍ ଅଧିକ ହେବାର ସମ୍ଭାବନା ରହିଛି । ଯେପରି କୌଣସି ଅଘଟ ନଘଟେ ସେନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଉପରେ ଧ୍ୟାନ ଦିଆଯାଇଛି । ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁଠୁ ନେଇ ରହଣୀ, ଖାଦ୍ୟ ସବୁ କିଛି ଟିକନିକି କରି ଦେଖୁଛି ପ୍ରୟାଗରାଜ ପ୍ରଶାସନ । ସେପଟେ ଭିଡ ଏଡାଇବା ସବୁଠୁ ବଡ ଚ୍ୟାଲେଞ୍ଜ ପାଲଟିଛି ।
ତେଣୁ ଟ୍ରାଫିକ ନିୟନ୍ତ୍ରଣ ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ତେଣୁ ଗତକାଲି ସଂଧ୍ୟା ୫ଟାରୁ ପ୍ରୟାଗରାଜକୁ ନୋ-ଭେହିକିଲ ଜୋନ ଭାବେ ଘୋଷଣା କରାଯାଇଛି। ଜାନୁଆରୀ ୧୩ରେ ପ୍ରୟାଗରାଜରେ ମହାକୁମ୍ଭ ଆରମ୍ଭ ହୋଇଥିଲା । ଉତ୍ତର ପ୍ରଦେଶ ସରକାରଙ୍କ ତଥ୍ୟ ଅନୁସାରେ ଏଯାଏଁ ୬୩ କୋଟି ଲୋକ ମହାକୁମ୍ଭରେ ବୁଡ଼ ପକାଇସାରିଲେଣି । ସାଧାରଣ ଶ୍ରଦ୍ଧାଳୁଙ୍କ ଠାରୁ ଆରମ୍ଭ କରି ରାଜନେତା, ଖେଳାଳି, ଫିଲ୍ମ ଷ୍ଟାର ସମସ୍ତେ ମହାକୁମ୍ଭରେ ସ୍ନାନ କରିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/02/26/GdXhWSGcaCbJW43f2stn.jpg)