କନକ ବ୍ୟୁରୋ : ସଙ୍ଗମରେ ବୁଡ ପକାଇବାଙ୍କ ସଂଖ୍ୟା ୧୦  କୋଟିରେ ପହଞ୍ଚିଛି । ଉତ୍ତର ପ୍ରଦେଶ ସରକାର ଗୁରୁବାର କହିଛନ୍ତି ଯେ,  ମହାକୁମ୍ଭରେ ଗଙ୍ଗା ସ୍ପାନ ପାଇଁ  ଆସୁଥିବା ତୀର୍ଥ ଯାତ୍ରୀଙ୍କ ସଂଖ୍ୟା ୧୦ କୋଟି ପାର୍‌ କରିଛି । ଏହି ସଂଖ୍ୟା ଆଜି  ଅପରାହ୍ନ ୧୨ ଟା ପର୍ଯ୍ୟନ୍ତର  ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। । ତେବେ ମହାକୁମ୍ଭ  ମେଳା ୧୩ ଜାନୁ୍ଆରୀରୁ ଆରମ୍ଭ ହୋଇ  ୨୬ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ ।  ସରକାରୀ  ସୂଚନା ଅନୁସାରେ  ପ୍ର୍ରୟାଗରାଜରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଇବାରେ  ଲାଗିଛି ।

Advertisment

ପ୍ରତିଦିଦ ଲକ୍ଷ ଲକ୍ଷ  ଲୋକ  ସ୍ନାନ କରିବା  ଏବଂ ଆଧ୍ୟତ୍ମିକ ପୁଣ୍ୟ ପ୍ରାପ୍ତ କରିବା ପାଇଁ ଏଠାକୁ ଆସୁଛନ୍ତି । ଏବେ ଏହି ସଂଖ୍ୟା କୋଟି କୋଟିରେ ପହଞ୍ଚିଛି । ଖବର ମୁତାବକ ଯୋଗୀ ଆଦିତ୍ୟନାଥ ସରକାର ପ୍ରଥମରୁ ହିଁ  ଅନୁମାନ ଲାଗାଇଥିଲେ ଯେ ଏହି ବର୍ଷ  ମହାକୁମ୍ଭ ରେ ୪୫ କୋଟିରୁ ଅଧିକ ଲୋକଙ୍କ ଆଗମନ ହେବ । ପ୍ରୟାଗରାଜକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଖୁସି ଏବଂ ଉତ୍ସାହ ଦେଖିବାକୁ ମିଳିଛି ।

ଦେଶ ଏବଂ ବିଶ୍ବରୁ ଲୋକମାନେ ତ୍ରିବେଣି ସଙ୍ଗମରେ ସ୍ନାନ କରିବାକୁ ଅଧିକ ସଂଖ୍ୟାରେ ଆସି ପହଞ୍ଚୁଛନ୍ତି । ପ୍ରୟାଗରାଜର ଜନଜୀବନ ସ୍ବାଭାବିକ ଭାବେ ଚାଲିଛି । ସହରର ଦୈନ୍ୟନ୍ଦିନ ଜୀବନ ଉପରେ କିଛି ଖାସ୍‌ ପ୍ରଭାବ ପଡୁନଥିବା ସରକାରୀ ରିପୋର୍ଟରୁ ପ୍ରକାଶ । ସୂଚନାଅନୁସାରେ ସଙ୍ଗମସ୍ଥଳକୁ ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ସ୍ନାନକରିବା ସହ ଏଠାରୁ କିଣାକିଣି ମଧ୍ୟ କରୁଛନ୍ତି । ଯାହାଦ୍ବାରା  ଅର୍ଥବ୍ୟବସ୍ଥାରେ ମଧ୍ୟ ବୃଦ୍ଧି ଘଟୁଛି ବୋଲି ସରକାରୀ ରିପୋର୍ଟ କହୁଛି ।