ମହାକୁମ୍ଭକୁ ନେଇ ପ୍ରୟାଗରାଜ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଦୀର୍ଘ ୧୪୪ ବର୍ଷ ପରେ ପ୍ରୟାଗରାଜର ପବିତ୍ର ଭୂମିରେ ଚାଲିଛି ମହାକୁମ୍ଭ ମେଳା । ବିଶ୍ବର କୋଣଅନୁକୋଣରୁ ଆସିଥିବା ଶ୍ରଦ୍ଧାଳୁଙ୍କ ବୁଡ଼ରେ ମୁଖରିତ ହେଉଛି ପବିତ୍ର ଧାମ । ଏହି ଭବ୍ୟ ମେଳାରେ ଲକ୍ଷାଧିକ ସଂଖ୍ୟାରେ ସାଧୁ ,ମହାତ୍ମା , ବାବା , ସାଧ୍ବୀଙ୍କ ହୋଇଛି ମେଳ । ସାଧନାକୁ ଜୀବନର ଶୃଙ୍ଗାର କରିଥିବା ଅନେକ ବିଚିତ୍ର ବାବାଙ୍କୁ ଏହି ମେଳାରେ ଦେଖିବାକୁ ମିଳୁଛି ।

Advertisment

dsfsedf

ଏମିତିକି ମହାକୁମ୍ଭରେ ମାଳା ବିକ୍ରି କରୁଥିବା ଯୁବତୀଙ୍କୁ ବି ନେଇ ସାରା ଦେଶ ଚର୍ଚ୍ଚା କରୁଛି । ଆସ୍ଥାର ଏ ସଙ୍ଗମସ୍ଥଳକୁ ପ୍ରତିଦିନ ଲକ୍ଷାଧିକ ସଂଖ୍ୟାରେ ଭକ୍ତ ଯାଇ ବୁଡ଼ ପକାଇ ଆସୁଛନ୍ତି । ଏହାରି ଭିତରେ ବୁଧବାର ଇସ୍ରୋ ପକ୍ଷରୁ ୨ ପ୍ରକାର ସାଟେଲାଇଟ୍ ଚିତ୍ର ଜାରି କରାଯାଇଛି । ପ୍ରୟାଗରାଜର ସଙ୍ଗମ ତଟ ପୂର୍ବରୁ ଅର୍ଥାତ୍ ମହାକୁମ୍ଭ ନହେବା ପୂର୍ବରୁ କେମିତି ଦେଖାଯାଉଥିଲା ଏବଂ ମହାକୁମ୍ଭ ପରେ କେମିତି ଦେଖାଯାଉଛି ଏହାର ୨ ଟି ଫଟୋ ଜାରି କରିଛି ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ । 

sdawa

ସାଟେଲାଇଟ୍ ଦ୍ବାରା ନିଆଯାଇଥିବା ଏହି ଫଟୋରେ ପ୍ରୟାଗରାଜର ଶିବାଳୟ ପାର୍କ ମଧ୍ୟ ସାମିଲ୍ ରହିଛି । ଯାହା ୧୨ ଏକର ଜମିରେ ଭାରତର ନକ୍ସା ଭଳି ଦୂରରୁ ଦେଖାଯାଉଛି । ଏହି ପାର୍କ ଏବେ ମହାକୁମ୍ଭର ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଛି । ଦୁନିଆର ସବୁଠୁ ବଡ଼ ଧାର୍ମିକ ମହୋତ୍ସବ କୁହାଯାଉଥିବା ମହାକୁମ୍ଭମେଳା ପ୍ରତି ୧୨ ବର୍ଷର ଅନ୍ତରାଳରେ ପ୍ରୟାଗରାଜରେ ଆୟୋଜିତ ହୋଇଛି । ଜାନୁଆରୀ ୧୩ ରୁ ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ୪୫ ଦିନ ଧରି ଏହି ମେଳା ଆୟୋଜିତ କରାଯାଇଛି ।