ଘରେ କନ୍ୟାସନ୍ତାନ ଜନ୍ମ ହେଲେ ପିତାମାତା ଝିଅର ଭବିଷ୍ୟତ ପାଇଁ କେତେ ସ୍ବପ୍ନ ବୁଣନ୍ତି । ଏମିତିକି ଛୋଟବେଳରୁ ହିଁ ଝିଅ ବିବାହ ପାଇଁ ଟଙ୍କା ସଞ୍ଚୟ କରନ୍ତି ଯେମିତିକି ଆଗକୁ ବିବାହରେ କିଛି ଉଣା ରହିନଯାଏ । ହିନ୍ଦୁ ରୀତିନୀତି ଅନୁସାରେ , କନ୍ୟାଦାନ ହିଁ ମହାପୁଣ୍ୟ । ତେଣୁ ପ୍ରତିଟି ବାପା , ମା’ ଚାହାଁନ୍ତି ସେମାନଙ୍କ ଝିଅ ଯେମିତି ଭଲ ବର, ଭଲ ଶାଶୁଘରକୁ ଯାଉ ଆଉ କନ୍ୟାଦାନ କରି ସେମାନେ ମଧ୍ୟ ପୁଣ୍ୟ ଅର୍ଜନ କରନ୍ତୁ । କିନ୍ତୁ ମହାକୁମ୍ଭରେ ଆଗ୍ରାରୁ ଆସିଥିବା ଦମ୍ପତି ନିଜ ୧୩ ବର୍ଷୀୟ ଝିଅ ରାକ୍ଷୀ ସିଂକୁ ଢାକରେର ଜୁନା ଆଖଡାରେ ଦାନ କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।  

Advertisment

gfhygh

ମହାକୁମ୍ଭ ଦର୍ଶନ କରିବାକୁ ଯାଇଥିବା ଦମ୍ପତି ଗଙ୍ଗା ସ୍ନାନ ପରେ ଗୁରୁଗ୍ରାମରୁ ଆସିଥିବା ଜୁନା ଆଖଡାର ସନ୍ଥ କୌଶଳ ଗିରିଙ୍କ ସାନ୍ନିଧ୍ୟରେ ବୈଦିକ ମନ୍ତ୍ରୋଚାରଣ କରି ଝିଅ ରାକ୍ଷୀଙ୍କୁ ଶିବିରରେ ପ୍ରବେଶ କରାଇ ନାଁ ରଖିଲେ ଗୌରୀ । ଧାର୍ମିକ ସଂସ୍କାର ସହ ଗୌରୀଙ୍କର ପିଣ୍ଡଦାନ ଜାନୁଆରୀ ୧୯ ତାରିଖ ଦିନ ହେବ । ଏହାପରେ ଝିଅଟି ପରିବାର ସହ ସଂପର୍କ ତୁଟାଇ ଗୁରୁଙ୍କ ପରିବାରର ସଦସ୍ୟ ହୋଇଯିବ । 

fgfrgtrftg

ଆପଣଙ୍କୁ ଏଠାରେ କହିରଖୁଛୁ କି ; କୁମ୍ଭ , ମହାକୁମ୍ଭ ଏବଂ ମାଘ ମେଳାରେ ଦାନ କରିବାର ପରମ୍ପରା ରହିଛି । ଇତିହାସର ପୃଷ୍ଠା ଯଦି ଓଲଟାଇବେ ଜାଣିବାକୁ ମିଳିବ ଯେ ଏଠାକୁ ରାଜା ହରିଶ୍ଚନ୍ଦ୍ର ଆସି ସର୍ବସ୍ବ ଦାନ କରି ଯାଉଥିଲେ । ମହାକୁମ୍ଭ-୨୦୨୫ ରେ କନ୍ୟାଦାନ କରି ଏହି ଦମ୍ପତି ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି । ଆଗ୍ରାର ଫତେହାବାଦ ରୋଡ୍ ରେ ରହୁଥିବା ପେଠା ବ୍ୟବସାୟୀ ସନ୍ଦୀପ ସିଂ ଏବଂ ତାଙ୍କ ପତ୍ନୀ ରିମାଙ୍କ ୨ କନ୍ୟାରତ୍ନ ଅଛନ୍ତି । ବଡ଼ ଝିଅ ରାକ୍ଷୀ ୧୩ ବର୍ଷର ହୋଇଥିବା ବେଳେ ନବମ ଶ୍ରେଣୀରେ ଅଧ୍ୟୟନରତ ଅଛନ୍ତି । ପୂର୍ବରୁ ସନ୍ଥ କୌଶଳ ଗିରିଙ୍କ ସେବାରେ ସମର୍ପିତ ପରିବାର ବର୍ତ୍ତମାନ ଗୁରୁ ପରିବାରକୁ କନ୍ୟାରତ୍ନ ଦାନ କରି ନିଜକୁ ସୌଭାଗ୍ୟଶାଳୀ ବୋଲି କହୁଛନ୍ତି ।

hggtyht

ମହାକୁମ୍ଭ ମେଳା ବୁଲିବାକୁ ଆସିଥିବା ପରିବାର ଗୁରୁଙ୍କ ସେବାରେ ଲାଗିଥିବା ବେଳେ ଝିଅ ରାକ୍ଷୀଙ୍କୁ ସାଧ୍ବୀ ଜୀବନ ଆପଣାଇବା ପାଇଁ ଇଚ୍ଛା ଜାଗୃତ ହେଲା । ଝିଅର ବୈରାଗ୍ୟଭାବ ଦେଖି ବାପାମା’ ଗୁରୁ ପରିବାରକୁ କନ୍ୟାଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ଏନେଇ ଗୁରୁ କୁହନ୍ତି , ଉଭୟ ପରିବାର ଏବଂ ଝିଅ ରାକ୍ଷୀଙ୍କ ଇଚ୍ଛାନୁସାରେ ତାଙ୍କୁ ସାଧ୍ବୀ ମାର୍ଗରେ ଯିବା ପାଇଁ ଆମେ ପ୍ରେରିତ କରିଛୁ । ରାକ୍ଷୀ ଆଗକୁ ଆଧ୍ୟାତ୍ମିକ ଅଧ୍ୟୟନ ଜାରି ରଖିବେ । 

fdgregtegte