କନକ ବ୍ୟୁରୋ: ନବୀନଙ୍କୁ ପ୍ରଭାତ ତ୍ରିପାଠୀଙ୍କ ଜବାବ । ଗତକାଲି ପ୍ରଭାତ ତ୍ରିପାଠୀ ଦଳରେ ନାହାନ୍ତି ବୋଲି କହିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହାକୁ ନେଇ ଆଜି ପ୍ରେସ୍ମିଟ୍ କରି ପ୍ରଭାତ ତ୍ରିପାଠୀ କହିଛନ୍ତି, ”୨୦୧୭ରେ ମୋ ଉପରୁ ନିଲମ୍ବନ ହଟିଥିଲା । ଚିଟ୍ଫଣ୍ଡ ମାମାଲାରେ ମୋତେ ନିଲମ୍ବନ କରାଯାଇଥିଲା । ଏହାପରଠୁ ମୋ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି । କୋଭିଡ ପରେ ଦଳ ମୋତେ ସବୁ ସ୍ଥାନରେ ବିନିଯୋଗ କରେ । ଗତ ୨୦୨୪ ନିର୍ବାଚନରେ ବି ଦଳ ପାଇଁ କାମ କରିଛି । ଏକାଧିକ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ଥିଲି । ୨୦୧୯ ନିର୍ବାଚନ ସଭାରେ ନବୀନଙ୍କ ଉପସ୍ଥିତରେ ମଞ୍ଚରେ ଭାଷଣ ଦେଇଛି । ମିଡ୍ ନାଇଟ ଅପରେସନରେ ପ୍ରଭାତ ତ୍ରିପାଠୀଙ୍କର ଭୂମିକା ଥିଲା କହିଛନ୍ତି ପ୍ରଭାତ ତ୍ରିପାଠୀ । ୧୦ ହଜାର ଲୋକଙ୍କ ଆଗରେ ମୋତେ ପ୍ରଶଂସା କରିଥିଲେ ନବୀନ । ତେଣୁ ମୁଁ ଦଳରେ ନାହିଁ ବୋଲି କହିବା ନବୀନଙ୍କ ମୁହଁରେ ଶୋଭା ପାଉନି ।
ପ୍ରଭାତ ତ୍ରିପାଠୀ ଆହୁରି କହିଛନ୍ତି, “ଯେଉଁ ମାମଲା ନ୍ୟାୟାଳୟରେ ବିଚାରାଧୀନ ରହିଛି ତାହାକୁ ନବୀନ ମତ ଦେଇଛନ୍ତି । ଯାହାକୁ ନେଇ ଓଡ଼ିଶା ଉଠୁଛି ପଡ଼ୁଛି ତାହାକୁ ଗୌଣ କରି ଦେଇଛନ୍ତି ନବୀନ । ୱାକଫ ବିଲ୍ ସମର୍ଥନ ବା ବିରୋଧ କରିବାକୁ ଏଥର କୌଣସି ହ୍ୱିପ୍ ଜାରି ହୋଇନଥିଲା । ଦଳର ବହୁ ବରିଷ୍ଠ ବିଧାୟକ ଯେଉଁଦିନ ଏହି ଘଟଣା ଘଟିଲା ସଭାପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଚିଟ୍ଫଣ୍ଡ୍ ମାମଲାରେ କୋର୍ଟଙ୍କ ନିଷ୍ପତ୍ତି ପୂର୍ବରୁ ସଭାପତି କହିବା ଠିକ୍ ନୁହେଁ । ମୁଁ ଦୋଷୀ ନୁହେଁ, ମୁଁ ଦୋଷୀ ହୋଇନାହିଁ । ନ୍ୟାୟାଳୟ ଯାହା ନିଷ୍ପତ୍ତି ନେବେ ଗ୍ରହଣ କରିବି । ଲୁଚିଛି ନା ଗୋଡ଼ ଦିଟା ଭଳି ନ୍ୟାୟ କଲେ ବିଜେଡିର ଭବିଷ୍ୟତ ଭଲ ନାହିଁ ବୋଲି ମୁଁ ଆକଳନ କରୁଛି । ସସ୍ମିତ ପାତ୍ରଙ୍କୁ ଭୋଟ ଦେବାକୁ କିଏ କହିଥିଲେ । ତାହା ସ୍ପଷ୍ଟ ହୋଇଗଲେ କୌଣସି ଇସ୍ୟୁ ରହି ନଥାନ୍ତା । ଏହା କ୍ଲିୟର କଲେନି ନବୀନ ପଟ୍ଟନାୟକ । ମିଛ କହି ନବୀନ ନିଜ ଭାବମୂର୍ତ୍ତି କ୍ଷୁଣ୍ଣ କରିବାକୁ ପଛଘୁଞ୍ଚା ଦେଇନାହାନ୍ତି ।
ଗତକାଲି ପରଠୁ ମୁଁ ବିଜେଡିରେ ନାହିଁ । ମୁଖ୍ୟ ପ୍ରସଙ୍ଗକୁ ଲୁଚାଇବା ପାଇଁ ଏଭଳି କରାଯାଉଛି । ଗୋଳିଆ ପାଣିକୁ ସମୟ ସଫା କରିଦେବ, ଓଡିଶା ଲୋକ ସବୁ ବୁଝୁଛନ୍ତି । ଯେମିତି ୧୦ମାସ ତଳେ ନିର୍ବାଚନରେ ଜନତା ଜବାବ ଦେଲେ ସେମିତି ଆଗାମୀ ଦିନରେ ବି ଲୋକେ ଜବାବ ଦେବେ । ପରୋକ୍ଷରେ ପାଣ୍ଡିଆନଙ୍କୁ ବି ସମାଲୋଚନା କଲେ ପ୍ରଭାତ ତ୍ରିପାଠୀ । କହିଲେ ଜଣେ ଅଣ ଓଡ଼ିଆଙ୍କୁ ଲୋକେ ଗ୍ରହଣ କରିପାରିନାହାନ୍ତି ।