କନକ ବ୍ୟୁରୋ : ଆଜିଠୁ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ । ଜନତା ମଇଦାନରେ ଦିନ ୧୦ଟାରେ ସମ୍ମେଳନ ଆରମ୍ଭ ହେବ । ପ୍ରଥମେ ଯୁବ ପ୍ରବାସୀ ଭାରତୀୟ ଦିବସ ଉଦଘାଟିତ ହେବ । କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା, କେନ୍ଦ୍ର କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରକ୍ଷା ନିଖିଲ ଖଡସେ, ଆମେରିକା ନ୍ୟୁଜ୍ୱିକ୍ର ସିଇଓ ଦେବ ପ୍ରଗାଡ଼ ଅତିଥି ଭାବେ ଯୋଗଦେବେ।
ତିନି ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଯୋଗଦେବେ ୬୦ ଦେଶର ଅତିଥି । ଗୋଟିଏ ଛାତ ତଳେ ଏକାଠି ହେବେ ପ୍ରବାସୀ ଭାରତୀୟ । ଯୁବ ପ୍ରବାସୀ ଭାରତୀୟ ଦିବସ ପରେ ଆରମ୍ଭ ହେବ ପୂର୍ଣ୍ଣାଙ୍ଗ ଅଧିବେଶନ । ପ୍ରଥମ ଦିନ ‘ଦରିଆପାରି: ବୈଶ୍ବିକ ପୃଥିବୀରେ ପ୍ରବାସୀ-ଯୁବ ଭାରତୀୟଙ୍କ ନେତୃତ୍ବ’ ଶୀର୍ଷକରେ ଆଲୋଚନା ହେବ । ଫ୍ଲପକାର୍ଡ ସହ ପ୍ରତିଷ୍ଠାତା ବିନି ବଂଶଲ ଏହାକୁ ସଂଯୋଜନା କରିବେ । ଏହା ପରେ ଓଡ଼ିଶାରେ ନିବେଶ ସୁଯୋଗ ନେଇ ପ୍ରବାସୀ ନିବେଶକଙ୍କ ସହ ସ୍ବତନ୍ତ୍ର ଆଲୋଚନା ହେବ । ଅପରାହ୍ଣରେ ଓଡ଼ିଶାର ପର୍ଯ୍ୟଟନ ଓ ବିକଶିତ ଓଡ଼ିଶା ଗଠନ ନେଇ ଦୁଇଟି ଅଧିବେଶନରେ ଚର୍ଚ୍ଚା ହେବ । ରାଜ୍ୟର ଭବିଷ୍ୟତ ଯୋଜନା ଓ ପ୍ରବାସୀଙ୍କ ସହଯୋଗ ସମ୍ପର୍କରେ ଆଲୋଚନା କରାଯିବ । ସଂଧ୍ୟା ୭ଟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/01/08/dLugIpMPvdWn7UicBeoX.png)