କନକ ବ୍ୟୁରୋ: ସାଧାରଣ ଲୋକଙ୍କ ପାଇଁ ଆଜିଠୁ ଖୋଲା ଜନତା ମୈଦାନ ସ୍ଥିତ ପ୍ରବାସୀ ଭାରତୀୟ ପ୍ରଦର୍ଶନୀ । ୧୨ ତାରିଖ ସଂଧ୍ୟା ଯାଏ ଖୋଲା ରହିବ ପ୍ରଦର୍ଶନୀ। ଏହି ସମୟ ମଧ୍ୟରେ ସାଧାରଣ ଲୋକ ଏବଂ ଛାତ୍ରଛାତ୍ରୀ ବୁଲି ଦେଖିପାରିବେ ପ୍ରଦର୍ଶନୀ, ଏହା ସମ୍ପୂର୍ଣ୍ଣ ଦେୟମୁକ୍ତ। ସାଂସ୍କୃତିକ କାର୍ୟ୍ୟକ୍ରମ ସହ ବିଭିନ୍ନ ଗ୍ୟାଲେରୀର ରହିଥିବା ଷ୍ଟଲ ବୁଲି ଦେଖି ପାରିବେ ବୋଲି ଶୁକ୍ରବାର ପ୍ରବାସୀ ଭାରତୀୟ ସମ୍ମିଳନୀର ଶେଷ ଦିନରେ ସୂଚନା ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପର୍ୟ୍ୟଟନ ରୁ ଆରମ୍ଭ କରି ବିଜ୍ଞାନ ପର୍ୟ୍ୟନ୍ତ ଏହି ପ୍ରଦର୍ଶନୀରେ ବହୁ ଶିକ୍ଷଣୀୟ ଜିନିଷ ରହିଥିବାରୁ ଏହି ପ୍ରଦର୍ଶନୀ ସମସ୍ତେ ଦେଖିବା ଉଚିତ୍ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା କହିଛନ୍ତି । ପ୍ରବାସୀ ଭାରତୀୟ କାର୍ୟ୍ୟକ୍ରମ ପ୍ରଦର୍ଶନୀକୁ ୨ ରୁ ୩ ଦିନ ଯାଏଁ ବଢାଇବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
ଆଜିଠୁ ଖୋଲା ଜନତା ମୈଦାନ ସ୍ଥିତ ପ୍ରବାସୀ ଭାରତୀୟ ପ୍ରଦର୍ଶନୀ ; ୧୨ ତାରିଖ ସଂଧ୍ୟା ଯାଏ ପ୍ରଦର୍ଶନୀ ବୁଲିପାରିବେ ଲୋକେ
Advertisment
Follow Us