କନକ ବ୍ୟୁରୋ: ଆରମ୍ଭ ହେଲା ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ । ବୈଦଶିକ ବ୍ୟାପର ମନ୍ତ୍ରୀ ଏସ୍.ଜୟଶଙ୍କର, କେନ୍ଦ୍ର କ୍ରୀଡା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ମିଳନୀକୁ ଆରମ୍ଭ କରିଛନ୍ତି । ଯୁବ ପ୍ରବାସୀ ଭାରତୀୟ ଦିବସ ଉଦ୍ଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ । ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା, କେନ୍ଦ୍ର କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରକ୍ଷା ନିଖିଲ ଖଡସେ, ଆମେରିକା ନ୍ୟୁଜ୍ ୱିକ୍ର ସିଇଓ ଦେବ ପ୍ରଗାଡ଼ ଅତିଥି ଭାବେ ଯୋଗଦେଇଛନ୍ତି । ତିନି ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ୬୦ ଦେଶର ଅତିଥି । ତେବେ ଆଜିଠୁ ୩ଦିନ ଯାଏଁ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ କେଉଁ ଦିନ କଣ ହେବ ନଜର ପକାନ୍ତୁ ।
- ପ୍ରଥମ ଦିନ ‘ଦରିଆପାରି: ବୈଶ୍ବିକ ପୃଥିବୀରେ ପ୍ରବାସୀ-ଯୁବ ଭାରତୀୟଙ୍କ ନେତୃତ୍ବ’ ଶୀର୍ଷକରେ ଆଲୋଚନା
- ଫ୍ଲିପ୍କାର୍ଡ ସହ ପ୍ରତିଷ୍ଠାତା ବିନି ବଂଶଲ ଏହାକୁ ସଂଯୋଜନା କରିବେ
- ଓଡ଼ିଶାରେ ନିବେଶ ସୁଯୋଗ ନେଇ ପ୍ରବାସୀ ନିବେଶକଙ୍କ ସହ ସ୍ବତନ୍ତ୍ର ଆଲୋଚନା ହେବ
- ଅପରାହ୍ଣରେ ଓଡ଼ିଶାର ପର୍ଯ୍ୟଟନ ଓ ବିକଶିତ ଓଡ଼ିଶା ଗଠନ ନେଇ ଦୁଇଟି ଅଧିବେଶନ
- ରାଜ୍ୟର ଭବିଷ୍ୟତ ଯୋଜନା ଓ ପ୍ରବାସୀଙ୍କ ସହଯୋଗ ସମ୍ପର୍କରେ ଆଲୋଚନା
- ଆସନ୍ତାକାଲି ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
- ମୁଖ୍ୟ ଅତିଥି ଭାବେ ଯୋଗଦେବେ ତ୍ରିନିଦାଦ ଓ ଟୋବାଗୋ ରାଷ୍ଟ୍ରପତି
- ଦିନ ୧୦ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ଉଦ୍ଘାନୀ କାର୍ଯ୍ୟକ୍ରମ ଚାଲିବ
- ଅପରାହ୍ଣ ୨ଟା ୩୦ରୁ ୪ଟା ଓ ୪ଟା ୧୫ରୁ ୫ଟା ୪୫ ପର୍ୟ୍ୟନ୍ତ ପୂର୍ଣ୍ଣାଙ୍ଗ ଅଧିବେଶନ
- ୧୦ ତାରିଖରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ଉଦ୍ଯାପନୀ ଉତ୍ସବ
- ଉଦ୍ଯାପନୀ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- ୨୭ ଜଣଙ୍କୁ ପ୍ରବାସୀ ଭାରତୀୟ ସମ୍ମାନ ଓ ପୁରସ୍କାର ପ୍ରଦାନ କରାଯିବ
- ସକାଳ ୯ଟା ୩୦ରୁ ୧୧ଟା ଓ ୧୧ଟା ୧୫ରୁ ୧୨ଟା ୪୫ ପର୍ୟ୍ୟନ୍ତ ପୂର୍ଣ୍ଣାଙ୍ଗ ଅଧିବେଶନ
- ଅପରାହ୍ଣ ୩ଟାରୁ ୪ଟା ୪୦ ପର୍ୟ୍ୟନ୍ତ ପ୍ରବାସୀ ଭାରତୀୟ ସମ୍ମିଳନୀ ଓ ସମ୍ମାନ ସମାରୋହ