Pravasi Bharatiya Photograph: (Pravasi Bharatiya )
କନକ ବ୍ୟୁରୋ: ସରିଲା ପ୍ରବାସୀ ଭାରତୀୟ ଦିବସ । ଅନ୍ତିମ ଦିନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ସାଧାରଣଃରେ ପ୍ରଶ୍ନ ଆସୁଥିବ ଏତେ ସଂଖ୍ୟାରେ ପ୍ରବାସୀ ଆସିଲେ ରାଜ୍ୟ ବା ଦେଶକୁ କଣ ଲାଭ ମିଳିବ ବା ରାଜ୍ୟ ପାଇଁ ତାଙ୍କ ଅବଦାନ ଆଗକୁ କଣ ରହିବ? ପ୍ରାବାସୀ ଭାରତୀୟ ଦିବସର ଦ୍ବିତୀୟ ଦିନରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସହ ବ୍ରିଟେନରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ସହ ଏକ ଆଲୋଚନା କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟତଃ ୱାନ ଡିଷ୍ଟ୍ରିକ୍ ୱାନ ପ୍ରଡକ୍ଟ ଉପରେ ଗୁରୁତ୍ବାରୋପ କରାଯାଇଥିଲା । ଖାସ କରି ଜୟଶଙ୍କର ପ୍ରବାସୀ ମାନଙ୍କୁ ଥ୍ରୀ-ଟି ଉପରେ ଫୋକସ କରିବାକୁ କହିଥିଲେ । ଅର୍ଥାତ ଟ୍ରେଡ୍-ଟ୍ୟୁରିଜିମ୍ ଓ ଟେକ୍ନୋଲୋଜି । ପାଖାପାଖି ୨୦ ମିନିଟ ଧରି ଜାରିରହିଥିଲା ଆଲୋଚନା । ଏହି ଇଣ୍ଟ୍ରାଆକ୍ସନ୍ ଭିତରେ ଜୟଶଙ୍କରଙ୍କୁ ଓଡ଼ିଶାରେ ଆଗକୁ କଣ କରିପାରିବେ ୟୁକେରେ ରହୁଥିବା ଓଡିଆ ଉଦ୍ୟୋଗୀ ଅରୁଣ କର କିଛି ପ୍ରସ୍ତାବ ଦେଇଥିଲେ । ଅରୁଣ କହିଥିଲେ ୟୁକେରେ ଥିବା ତାଙ୍କ କମ୍ପାନି ଆର୍ଥନେଷ୍ଟର ଫ୍ୟାକ୍ଟ୍ରି ସେ ଓଡିଶାରେ ଖୋଲିବାକୁ ଚାହୁଁଛନ୍ତି । ତା ସହ ଲିଥିୟମ ବ୍ୟାଟେରି ପ୍ଲାଣ୍ଟ ଏକ ୟୁନିଟ ମଧ୍ୟ ଓଡିଶାରେ ଖୋଲାଯିବାକୁ ନେଇ ଅରୁଣ ଆଶାବାଦୀ ଅଛନ୍ତି ଏବଂ ସୁବଠାରୁ ବଡ କଥା ହେଉଛି କେନ୍ଦ୍ର ସରକାରଙ୍କ ୱାନ ଡିଷ୍ଟ୍ରିକ୍ ୱାନ ପ୍ରଡକ୍ଟ ଅନୁଯାୟୀ ଅରୁଣ ନବରଙ୍ଗପୁରରେ ଏକ ସିଡ ପ୍ରୋସେସିଙ୍ଗ ୟୁନିଟ ଖୋଲିବେ ବୋଲି ଜୟଶଙ୍କରଙ୍କୁ ଜଣାଇଥିଲେ ।
Follow Us