କନକ ବ୍ୟୁରୋ:  ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଥିବା ବେଳେ ୨୦୨୧ ବର୍ଷ ପାଇଁ ‘ପ୍ରତୀକ୍ଷା’ ଶ୍ରେଷ୍ଠ ଫିଲ୍ମ ବିବେଚିତ ହୋଇଛି । ‘ପ୍ରତୀକ୍ଷା’ ଓ ‘ଭୋକ’ ପାଇଁ ଦୀପାନ୍ୱିତ ଦାଶମହାପାତ୍ର ଓ ଅଙ୍କିତ କୁମାର ଯୁଗ୍ମ ଭାବରେ ଶ୍ରେଷ୍ଠ ଅଭିନେତା ବିବେଚିତ ହୋଇଛନ୍ତି । ଡାଲଚିନି ପାଇଁ ସୂର୍ଯ୍ୟମୟୀ ପ୍ରଧାନଙ୍କୁ ମିଳିଛି ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର । 

Advertisment

ପ୍ରତୀକ୍ଷା ପାଇଁ ଶ୍ରେଷ୍ଠ କାହାଣୀକାର ଭାବରେ ବିଶିଷ୍ଟ ସାହିତ୍ୟିକ ଗୌରହରି ଦାସଙ୍କୁ ସମ୍ମାନିତ କରାଯିବ । ଶ୍ରେଷ୍ଠ ବ୍ୟାକଗ୍ରାଉଣ୍ଡ କଣ୍ଠଶିଳ୍ପୀ ଭାବରେ ସ୍ୱୟମ ପ୍ରଭାଶ ପାଢ଼ୀ ସମ୍ମାନିତ ହେବେ । ଶ୍ରେଷ୍ଠ ବ୍ୟାକଗ୍ରାଉଣ୍ଡ କଣ୍ଠଶିଳ୍ପୀ ଭାବରେ ସୋହିନୀ ମିଶ୍ରଙ୍କୁ ସମ୍ମାନିତ କରାଯିବ । ଚକ୍ଷୁ ବନ୍ଧନ ଫିଲ୍ମରେ ଶ୍ରେଷ୍ଠ ସମ୍ପାଦନା ପାଇଁ ଦୀପକ କୁମାର ଘଡ଼ାଇ ପୁରସ୍କୃତ ହେବେ । ଶ୍ରେଷ୍ଠ ଗୀତିକାର ଚିନ୍ମୟ ଦାସପଟ୍ଟନାୟକ । ଶେଷ୍ଠ ଚିତ୍ରନାଟ୍ୟକାର ଭାବରେ  ଦିଲ୍ଲୀପ କୁମାର ଚୌଧୁରୀଙ୍କୁ ସମ୍ମାନିତ କରାଯିବ । ତୃଷ୍ଣା ଏବଂ ଅଜାତି ପାଇଁ  ସମରେଶ ରାଉତରାୟଙ୍କୁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ଭାବରେ ସମ୍ମାନିତ କରାଯିବ ।