କନକ ବ୍ୟୁରୋ : କଟକ ଗଣ୍ଡଗୋଳକୁ ନେଇ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ବଡ଼ ବୟାନ । କହିଲେ ,  କଟକ ଘଟଣା ବହୁତ ଚିନ୍ତାଜନକ । ୨୫ ବର୍ଷ ଧରି ଅସାମାଜିକ ତତ୍ତ୍ଵ ଗୁଡ଼ିକ ପାଳନ ପୋଷଣ ହୋଇ ଥିଲେ । ହଠାତ୍ ଶ୍ୱାସ ରୁଦ୍ଧ ହୋଇ ଆକ୍ରୋଶ ଦେଖାଇଛନ୍ତି , ସରକାର ସ୍ଥିତି ନିୟନ୍ତ୍ରଣ କରୁଛନ୍ତି । ଜନ ସାଧାରଣ ଶାନ୍ତି ଶୃଙ୍ଖଳା ରକ୍ଷା କରନ୍ତୁ ଏବଂ ସୌହର୍ଦ୍ୟ ବଜାୟ ରଖନ୍ତୁ ବୋଲି ଅପିଲ କଲେ ପ୍ରତାପ । କେବେ ବି ଆତଙ୍କବାଦୀ ଏବଂ ସାମ୍ପ୍ରଦୟିକ ତତ୍ତ୍ଵ ମାନଙ୍କ ଦ୍ଵାରା ପ୍ରଭାବିତ ହୁଅନ୍ତୁ ନାହିଁ । 

Advertisment

ଗଣ୍ଡଗୋଳ ପ୍ରସଙ୍ଗରେ କଟକ ସାଂସଦଙ୍କ ବାହାର ତତ୍ତ୍ଵ ବୟାନକୁ ନେଇ ପ୍ରତାପ କହିଲେ, କିଛି ଅସମ୍ଭବ ନୁହେଁ । କିଛି ଦେଶ ବିରୋଧୀ ତତ୍ତ୍ଵ ସବୁ ଆଡ଼େ ଅତପ୍ରତ୍ଵ ହୋଇ ଅଛନ୍ତି । ଜ୍ୟୋତି ମାଲାହୋତ୍ରା ମଧ୍ୟ ଆମ ଭିତରେ ଥିଲେ । ତେବେ ସରକାର ଏ ବିଷୟରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଏବଂ ସଜାଗ ଅଛନ୍ତି । ଗଣ୍ଡଗୋଳ ପଛରେ ଷଡ଼ଯନ୍ତ୍ର ଥିଲା କି ନାହିଁ ତଦନ୍ତ ପରେ ଜଣାପଡ଼ିବ । ଏଭଳି ଅନୁମାନକୁ ବି ଏଡାଇ ଦିଆଯାଇ ପାରିବ ନାହିଁ ।