କନକ ବ୍ୟୁରୋ : ସଂସଦରେ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ଆହତ । ରାହୁଲ ଗାନ୍ଧୀ ଠେଲିଦେବାରୁ ପଡିଗଲେ ପ୍ରତାପ । ଅଭିଯୋଗ ଆଣିଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ । ପ୍ରତାପଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି । ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । 

Advertisment

ଏହି ଘଟଣା ଉପରେ କନକ ନ୍ୟୁଜକୁ ପ୍ରତିକ୍ରିୟା ରଖି ପ୍ରତାପ ଷଡଙ୍ଗୀ କହିଛନ୍ତି, ରାହୁଲ ଗାନ୍ଧୀ ଗୁଣ୍ଡା ପରି ଆସିଲେ । ସମସ୍ତଙ୍କୁ ଧକ୍କା ଦେଲେ । ଜଣେ ସାଂସଦ ଧକ୍କା ଖାଇ ମୋ ଉପରେ ପଡିଗଲେ ଆଉ ମୁଁ ତଳେ ପଡିଗଲି । ମୋ ଆଖି ପତା ଫାଟିଯାଇଛି । 

ଅନ୍ୟପଟେ ପ୍ରତିକ୍ରିୟା ରଖି ରାହୁଲ ଗାନ୍ଧୀ କହିଛନ୍ତି, ସଂସଦ ଭିତରକୁ ଯିବା ବେଳେ ବିଜେପି ସାଂସଦମାନେ ମତେ ଅଟକାଇଥିଲେ । ଧସ୍ତାଧସ୍ତି ସମୟରେ ଏପରି ହୋଇଥାଇପାରେ ବୋଲି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ରାହୁଲ ।