କନକ ବ୍ୟୁରୋ: ନିପନ ଷ୍ଟିଲ୍ ପ୍ଲାଣ୍ଟ ପ୍ରୋଜେକ୍ଟ ଓଡିଶାରୁ ଆନ୍ଧ୍ରକୁ ଯିବା ପରେ ବିଜେପିକୁ ଟାର୍ଗେଟ କଲା ବିଜେଡି । ବିଜେଡି ନେତା ପ୍ରତାପ ଜେନା ଆଜି ଏହି ପ୍ରସଙ୍ଗରେ ମୋହନ ସରକାରକୁ ଘେରିଛନ୍ତି । ସିଧା ସିଧା ଟାର୍ଗେଟ କରି ମୋହନ ସରକାରକୁ ନିକମା ସରକାର ବୋଲି କହିଛନ୍ତି ପ୍ରତାପ ଜେନା । ଆଉ ତା ସହ କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଜାପାନ ଯାଇ ନିପନ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଉଦ୍ୟମ କରିଥିଲେ, ହେଲେ ଏବେ ଏହା ଆନ୍ଧ୍ରକୁ ଚାଲି ଯାଉଛି, ଯାହାକି ଓଡିଶା ପାଇଁ ଦୁର୍ଭାଗ୍ୟଜନକ । ନିପନ ଷ୍ଟିଲ ଓଡ଼ିଶାରେ ୧ ଲକ୍ଷ ୪୦ ହଜାର କୋଟି ଟଙ୍କା ନିବେଶ କରିଥାନ୍ତା । ଯାହା ଫଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ମିଳିବା ସହ ଶିଳ୍ପ ସମୃଦ୍ଧ ରାଜ୍ୟ ହୋଇଥାନ୍ତା ଓଡ଼ିଶା । ହେଲେ ରିମୋର୍ଟ କଣ୍ଟ୍ରୋଲ ସରକାର ପାଇଁ ନିପନ୍ ଷ୍ଟିଲ ଆନ୍ଧ୍ରକୁ ଚାଲିଯାଉଛି ବୋଲି ପ୍ରତାପ କହିଛନ୍ତି ।
ସେପଟେ ସେ ପୁଣି ମୋହନ ସରକାରକୁ ଘେରିବା ସହ କହିଛନ୍ତି ଯେ, ପୁର୍ବରୁ ଜେଏସଡବ୍ଲ୍ୟୁ ଇଭି ପାଇଁ ମଧ୍ୟ ବିଜେଡି ସରକାର ଜମି ଦେଇ ପ୍ରକ୍ରିୟା ଆରମ୍ଭ କରିଥିଲେ, କିନ୍ତୁ ତାହା ବି ମହାରାଷ୍ଟ୍ରକୁ ଚାଲିଯାଉଛି। ନିବେଶକଙ୍କ ବିଜେପି ସରକାରଙ୍କ ଉପରେ ବିଶ୍ୱାସ ଭରସା ପାଉନି। ନବୀନ ପଟ୍ଟନାୟକଙ୍କ ସରକାର ଉପରେ ଭରସା କରି ଅନେକ ଶିଳ୍ପ ଓଡ଼ିଶାକୁ ଆଗ୍ରହ ପ୍ରକାଶ କରିଥିଲେ। କିନ୍ତୁ ଏବେ ଅନ୍ୟ ରାଜ୍ୟକୁ ପଳାଇବାକୁ ଯାଉଛନ୍ତି। ନବୀନ ସରକାର ସମୟରେ ଅଧିକ ପୁଞ୍ଜି ନିବେଶ ଆସିଥିଲା, ନବୀନ ସରକାର ଉପରେ ଭରସା ଥିବାରୁ କୋଭିଡ ସମୟରେ ବି ଅଧିକ ପୁଞ୍ଜି ଆସିଛି ବୋଲି ପ୍ରତାପ ଜେନା କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2024/11/04/Zx4emyKiMY9ujvtTfUAP.jpg)