କେଉଁଠୁ ନିର୍ବାଚନ ଲଢିବେ ପ୍ରଶାନ୍ତ କିଶୋର? ଦେଇ ଦେଲେ ବଡ଼ ଇସାରା

Advertisment

ବିହାରରେ ବିଧାନସଭା ନିର୍ବାଚନକୁ ନେଇ ସରଗରମ ପଲିଟିକ୍ସ। ସବୁ ଦଳ ଏବେ ଜୋରସୋରରେ ଭୋଟରଙ୍କୁ ନିଜ ସପକ୍ଷରେ ଆଣିବାକୁ ଚେଷ୍ଟା ଚଳାଇଥିବାବେଳେ, ଏହାରି ଭିତରେ ଜନସୂରାଜ ପାର୍ଟିର ମୁଖ୍ୟ ପ୍ରଶାନ୍ତ କିଶୋର କେଉଁଠୁ ନିର୍ବାଚନ ଲଢିବେ ସେନେଇ ଇସାରା ଦେଇଛନ୍ତି । ସଫା ସଫା ପ୍ରଶାନ୍ତ କିଶୋର କହିଛନ୍ତି, ଯଦି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିର୍ବାଚନ ଲଢନ୍ତି, ତେବେ ସେ ମଧ୍ୟ ନିର୍ବାଚନ ଲଢିବେ ।

PRASHANT KISHOR

କନକ ବ୍ୟୁରୋ: ବିହାରରେ ବିଧାନସଭା ନିର୍ବାଚନକୁ ନେଇ ସରଗରମ ପଲିଟିକ୍ସ। ସବୁ ଦଳ ଏବେ ଜୋରସୋରରେ ଭୋଟରଙ୍କୁ ନିଜ ସପକ୍ଷରେ ଆଣିବାକୁ ଚେଷ୍ଟା ଚଳାଇଥିବାବେଳେ, ଏହାରି ଭିତରେ ଜନସୂରାଜ ପାର୍ଟିର ମୁଖ୍ୟ ପ୍ରଶାନ୍ତ କିଶୋର କେଉଁଠୁ ନିର୍ବାଚନ ଲଢିବେ ସେନେଇ ଇସାରା ଦେଇଛନ୍ତି । ସଫା ସଫା ପ୍ରଶାନ୍ତ କିଶୋର କହିଛନ୍ତି, ଯଦି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିର୍ବାଚନ ଲଢନ୍ତି, ତେବେ ସେ ମଧ୍ୟ ନିର୍ବାଚନ ଲଢିବେ । ତେବେ ନିଜର ଜନ୍ମଭୂମି, ନଚେତ୍ କର୍ମଭୂମିରୁ ନିର୍ବାଚନ ଲଢ଼ିବା ନେଇ କିଞ୍ଚିତ ଇସାରା ଦେଇଛନ୍ତି ପ୍ରଶାନ୍ତ ।

ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର ବିହାର ସମସ୍ତ ୨୪୩ ଆସନରେ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି । ହେଲେ ସେ ନିଜେ କିନ୍ତୁ କେଉଁ ଆସନରୁ ଲଢିବେ, ସେ ନେଇ କୌଣସି ବି ଘୋଷଣା କରିନାହାଁନ୍ତି । ଅନେକ ସମୟରେ ଚର୍ଚ୍ଚା ହେଉଛି ଯେ, ପ୍ରଶାନ୍ତ କିଶୋର କେଉଁ ଆସନରୁ ନିର୍ବାଚନ ଲଢିବେ ନା ବିଲକୁଲ୍ ନିର୍ବାଚନ ଲଢ଼ିବେନି?

ତେବେ ଏନେଇ ଯେତେବେଳେ ତାଙ୍କୁ ପ୍ରଶ୍ନ କରାଯାଇଥିଲା, ସେତେବେଳେ ସେ ନୀତିଶ କୁମାରଙ୍କ କୋର୍ଟଙ୍କୁ ବଲ୍ ଫିଙ୍ଗିଥିଲେ । ଯଦି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିର୍ବାଚନ ଲଢନ୍ତି, ତେବେ ସେ ମଧ୍ୟ ନିର୍ବାଚନ ଲଢିବେ ବୋଲି କହିଥିଲେ ପ୍ରଶାନ୍ତ । ଯାହା ପରେ ଏହି କଥାକୁ ନେଇ ଏବେ ଚିନ୍ତା ବଢିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe