କନକ ବ୍ୟୁରୋ: ବିହାରରେ ବିଧାନସଭା ନିର୍ବାଚନକୁ ନେଇ ସରଗରମ ପଲିଟିକ୍ସ। ସବୁ ଦଳ ଏବେ ଜୋରସୋରରେ ଭୋଟରଙ୍କୁ ନିଜ ସପକ୍ଷରେ ଆଣିବାକୁ ଚେଷ୍ଟା ଚଳାଇଥିବାବେଳେ, ଏହାରି ଭିତରେ ଜନସୂରାଜ ପାର୍ଟିର ମୁଖ୍ୟ ପ୍ରଶାନ୍ତ କିଶୋର କେଉଁଠୁ ନିର୍ବାଚନ ଲଢିବେ ସେନେଇ ଇସାରା ଦେଇଛନ୍ତି । ସଫା ସଫା ପ୍ରଶାନ୍ତ କିଶୋର କହିଛନ୍ତି, ଯଦି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିର୍ବାଚନ ଲଢନ୍ତି, ତେବେ ସେ ମଧ୍ୟ ନିର୍ବାଚନ ଲଢିବେ । ତେବେ ନିଜର ଜନ୍ମଭୂମି, ନଚେତ୍ କର୍ମଭୂମିରୁ ନିର୍ବାଚନ ଲଢ଼ିବା ନେଇ କିଞ୍ଚିତ ଇସାରା ଦେଇଛନ୍ତି ପ୍ରଶାନ୍ତ ।
ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର ବିହାର ସମସ୍ତ ୨୪୩ ଆସନରେ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି । ହେଲେ ସେ ନିଜେ କିନ୍ତୁ କେଉଁ ଆସନରୁ ଲଢିବେ, ସେ ନେଇ କୌଣସି ବି ଘୋଷଣା କରିନାହାଁନ୍ତି । ଅନେକ ସମୟରେ ଚର୍ଚ୍ଚା ହେଉଛି ଯେ, ପ୍ରଶାନ୍ତ କିଶୋର କେଉଁ ଆସନରୁ ନିର୍ବାଚନ ଲଢିବେ ନା ବିଲକୁଲ୍ ନିର୍ବାଚନ ଲଢ଼ିବେନି?
ତେବେ ଏନେଇ ଯେତେବେଳେ ତାଙ୍କୁ ପ୍ରଶ୍ନ କରାଯାଇଥିଲା, ସେତେବେଳେ ସେ ନୀତିଶ କୁମାରଙ୍କ କୋର୍ଟଙ୍କୁ ବଲ୍ ଫିଙ୍ଗିଥିଲେ । ଯଦି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିର୍ବାଚନ ଲଢନ୍ତି, ତେବେ ସେ ମଧ୍ୟ ନିର୍ବାଚନ ଲଢିବେ ବୋଲି କହିଥିଲେ ପ୍ରଶାନ୍ତ । ଯାହା ପରେ ଏହି କଥାକୁ ନେଇ ଏବେ ଚିନ୍ତା ବଢିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/09/03/prashant-kishor-2025-09-03-15-58-03.jpg)