କନକ ବ୍ୟୁରୋ: ସୋମବାର ଭୋରୁ ଭୋରୁ ବିହାର ରାଜଧାନୀ ପାଟନାର ଗାନ୍ଧୀ ମଇଦାନରେ ଦେଖିବାକୁ ମିଳିଥିଲା ବଡ ଘଟଣା । ଆନ୍ଦୋଳନରେ ବସିଥିବା ଜନ ସୁରଜ ପାର୍ଟିର ମୁଖ୍ୟ ପ୍ରଶାନ୍ତ କିଶୋରଙ୍କୁ ଉଠାଇନେଇଥିଲା ପୁଲିସ । ପରେ ଘଟଣାସ୍ଥଳରେ ଦେଖିବାକୁ ମିଳିଥିଲା ପୁଲିସ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ପ୍ରବଳ ହଟୋଗୋଳ ସାଙ୍ଗକୁ ସଂଘର୍ଷ ।ତେବେ ଗିରଫର କିଛି ଘଣ୍ଟା ପରେ ପ୍ରଶାନ୍ତଙ୍କୁ ମିଳିଛି ଜାମିନ  କିନ୍ତୁନେବାକୁ  ମନା କରିଛନ୍ତି ।ତେବେ ଏହା ଭିତରେ ଚର୍ଚ୍ଚା ସାଉଁଟିଛନ୍ତି ଆଇପିଏସ ଅଧିକାରୀ ଭାନୁପ୍ରତାପ ସିଂ ।    

Advertisment

ସୋମବାର ଭୋର ୩.୪୫ । ପାଟନା ଗାନ୍ଧୀ ମଇଦାନରେ ହଠାତ ହଇଚଇ ଦେଖାଯାଇଥିଲା ଯେତେବେଳେ ଜନସ୍ବରାଜପାର୍ଟିର ମୁଖ୍ୟଙ୍କୁ ଉଠାଇନେଇଥିଲା ପୁଲିସ । ପ୍ରଥମେ ଧାରଣାରୁ ଓହରିବାକୁ ଅନୁରୋଧ ପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଥିଲା ବିହାର ପୁଲିସ । ଏହି ସମୟରେ ପ୍ରଦର୍ଶନକାରୀ ଓ ପୁଲିସ ମଧ୍ୟରେ କିଛି ସମୟର ସଂଘର୍ଷ ମଧ୍ୟ ଦେଖିବାକୁ ମିଳିଥିଲା । 
 
ପ୍ରଶ୍ନପତ୍ରରେ ତ୍ରୁଟି ଦେଖାଇ ବିପିଏସସିର ୭୦ତମ ପରୀକ୍ଷା ରଦ୍ଦ କରିବାକୁ ବିହାରରେ କିଛି ଦିନ ହେବ ଆରମ୍ଭ ହୋଇଛି ପ୍ରଦର୍ଶନ । ରାସ୍ତାରେ ଶହଶହ ଛାତ୍ର ଓହ୍ଲାଇବା ସହ ଏମାନଙ୍କୁ ବିଭିନ୍ନ ରାଜନୈତିକ ଦଳମାନଙ୍କ ସମର୍ଥନ ମିଳୁଛି । ଏହା ଭିତରେ ଧାରଣା ଦେଇ ଦାବି ପୂରଣ କରିବାକୁ ଅଡିବସିଥିବା ପ୍ରଶାନ୍ତ କିଶୋର ଆଜି ହଟହଟା ହେବାକୁ ପଡିଛି । ତେବେ ପ୍ରଶାନ୍ତ କହିଛନ୍ତି ସେ ଜାମିନ ନେବେନି ଓ ଜେଲରୁ ଧାରଣା ଦେବେ ଓ ଛାତ୍ରଙ୍କ ନ୍ୟାୟ ପାଇଁ ଲଢ଼େଇ ଜାରି ରଖିବେ ।
 
ଜନ ସୁରଜ ପାର୍ଟିର ପ୍ରଶାନ୍ତ କିଶୋର ଏବଂ ଅନ୍ୟ କେତେକ ସେମାନଙ୍କ ପାଞ୍ଚ ସୂତ୍ରି ଦାବି ଉପରେ ସୀମିତ ଅଞ୍ଚଳରେ ଗାନ୍ଧୀ ମଇଦାନର ଗାନ୍ଧୀ ପ୍ରତିମୂର୍ତ୍ତି ସମ୍ମୁଖରେ ବେଆଇନ ବିରୋଧ ପ୍ରଦର୍ଶନ କରିଥିଲେ । ପ୍ରତିବାଦ ପାଇଁ ନିର୍ଦ୍ଧିଷ୍ଟ ସ୍ଥାନକୁ ନଯିବାକୁ ନୋଟିସ ଜାରି କରାଯାଇଥିଲା । ସୀମିତ ଅଞ୍ଚଳରେ ବେଆଇନ ବିରୋଧ ଯୋଗୁଁ ଗାନ୍ଧୀ ମଇଦାନ ପୋଲିସ ଷ୍ଟେଶନରେ ଏକ ଏଫଆଇଆର କରାଯାଇଥିଲା। ଯାହାକୁ ନେଇ ଆଜି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଥିଲା ପୋଲିସ ।