ପ୍ରସନ୍ନ ପାଟ୍ଟଶାଣୀଙ୍କ ବିସ୍ଫୋରକ ବୟାନ । କହିଲେ, ପାଣ୍ଡିଆନ ଥିଲା ପର୍ଯ୍ୟନ୍ତ କ୍ଷମତାକୁ ଆସିପାରିବନି ବିଜେଡି, କଡା ଜବାବ ରଖିଲା ଦଳ

Advertisment

ଭି.କେ.ପାଣ୍ଡିଆନଙ୍କ ବିରୋଧରେ ବିସ୍ଫୋରକ ବୟାନ ଦେଇଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ। ଗଣମାଧ୍ୟମର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ପ୍ରସନ୍ନ ସିଧାସଳଖ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ।

ଭି.କେ.ପାଣ୍ଡିଆନଙ୍କ ବିରୋଧରେ ବିସ୍ଫୋରକ ବୟାନ ଦେଇଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ। ଗଣମାଧ୍ୟମର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ପ୍ରସନ୍ନ ସିଧାସଳଖ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ।

PANDIAN

କନକ ବ୍ୟୁରୋ:  ଭି.କେ.ପାଣ୍ଡିଆନଙ୍କ ବିରୋଧରେ ବିସ୍ଫୋରକ ବୟାନ ଦେଇଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । ଗଣମାଧ୍ୟମର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ପ୍ରସନ୍ନ ସିଧାସଳଖ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି । ଏପରିକି ପାଣ୍ଡିଆନ ଥିବା ପର୍ଯ୍ୟନ୍ତ ବିଜେଡି ନିର୍ବାଚନ ଜିତି ପାରିବ ନାହିଁ ବୋଲି ଭବିଷ୍ୟତବାଣୀ କରିଛନ୍ତି ପାଟ୍ଟଶାଣୀ ।

  • ପ୍ରସନ୍ନଙ୍କ ଭବିଷ୍ୟବାଣୀ
  • ‘ପାଣ୍ଡିଆନ ଥିଲା ଯାଏଁ ବିଜେଡି ଜିତି ପାରିବନି ’

ଗୋଟିଏ ପଟେ ବିଜେଡିର ବରିଷ୍ଠ ନେତା ନବୀନଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଉଛନ୍ତି, ଦଳ କାହିଁକି ପରାଜିତ ହେଲା ତାର ଜବାବ ମାଗୁଛନ୍ତି। ଏତିକିବେଳେ ଆଉ ଗୋଟିଏ ପଟେ ବିସ୍ଫୋରକ ବୟାନ ଦେଇଛନ୍ତି ଭୁବନେଶ୍ବରର ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ପ୍ରସନ୍ନ ପାଟଶାଣୀ। ସେ ଦଳ ଛାଡିବା ପାଇଁ ପାଣ୍ଡିଆନ ଦାୟୀ ବୋଲି ସ୍ପଷ୍ଟ ଭାବରେ କହିଛନ୍ତି।  ଏଥିସହ ପାଣ୍ଡିଆନଙ୍କ ପାଇଁ ଲୋକପ୍ରିୟ ସରକାର ଚାଲିଗଲା ବୋଲି କହିଛନ୍ତି ପ୍ରସନ୍ନ ପାଟ୍ଟଶାଣୀ । 

କେବଳ ଏତିକି ନୁହେଁ ପାଟ୍ଟଶାଣୀ ଭବିଷ୍ୟବାଣୀ କରି କହିଛନ୍ତି, ଯେ ପର୍ଯ୍ୟନ୍ତ ପାଣ୍ଡିଆନ ଥିବେ, ସେ ପର୍ଯ୍ୟନ୍ତ ବିଜେଡି ଆସିବନି। ଅମର ଶତପଥିଙ୍କ କଥାକୁ ସମର୍ଥନ କରିବା ସହ ପାଣ୍ଡିଆନଙ୍କ ପଛରେ କାହିଁକି ଗୋଡାଉଛ ବୋଲି ଅନ୍ୟ ନେତାଙ୍କୁ ପ୍ରଶ୍ନ କରିଛନ୍ତି। ନବୀନଙ୍କ ବିରୋଧରେ କିଛି କହିନଥିଲେ ବି ପାଣ୍ଡିଆନଙ୍କୁ କାହିଁକି ପାଖରେ ରଖିଛନ୍ତି ? ସେ ନେଇ ସେ ପ୍ରଶ୍ନ କରିଛନ୍ତି। 

ସୂଚନାଯୋଗ୍ୟ ଯେ, ୨୦୧୯ରେ ନବୀନ ପାଟ୍ଟଶାଣୀଙ୍କୁ ଟିକେଟ ଦେଇନଥିଲେ। ୨୦୨୪ ନିର୍ବାଚନରେ ମଧ୍ୟ ବିଜେଡି ପାଟ୍ଟଶାଣୀଙ୍କୁ ଟିକେଟ ଦେଇନଥିଲା। ତା’ପରେ ଦିଲ୍ଲୀ ଯାଇ ବିଜେପିରେ ସାମିଲ ହୋଇଥିଲେ ପ୍ରସନ୍ନ। ଏପଟେ ବିଜେଡି ନିର୍ବାଚନରେ ହାରି ଯାଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe