କନକ ବ୍ୟୁରୋ: ମହାନଦୀକୁ ନେଇ ସାଙ୍ଘାତିକ ବୟାନ ଦେଇଛନ୍ତି ବିଜେଡି ନେତା ପ୍ରସନ୍ନା ଆଚାର୍ଯ୍ୟ । ଗତକାଲି ଟ୍ରିବ୍ୟୁନାଲର ଅଧ୍ୟକ୍ଷ ନିଯୁକ୍ତ ହେବା ପରେ ମହାନଦୀ ଓଡ଼ିଶାରେ ଲୀନ ହେଇଯିବ ବୋଲି କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି ଟ୍ରିବ୍ୟୁନାଲ ପରିବର୍ତ୍ତନ ହେବା ଯୋଗୁଁ ପୁଣି ମୂଳରୁ ଶୁଣାଣି ଆରମ୍ଭ ହେବ। ଏ ସମସ୍ୟା ଦୂର ହେବା ବେଳକୁ ମହାନଦୀ ଲିନ ହୋଇଯାଇଥିବ। ତେଣୁ ସରକାର ଏବେଠାରୁ ସତର୍କ ରହିବା ଆବଶ୍ୟକ ବୋଲି କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ। ମହାନଦୀ ଯୋଗୁଁ ଓଡ଼ିଶାରେ ପାଣି ସଂକଟ ଦେଖାଯିବା ସହ ଚାଷୀ ସମସ୍ୟା ଦେଖାଯିବ। ଏବଂ ଆର୍ଥିକ ଓ ସାମାଜିକ ସମସ୍ୟା ସୁଷ୍ଟି ହେବ। ଏହାସହ ଆଗକୁ ଭୟଙ୍କର ସ୍ଥିତି ମହାନଦୀ ପାଣିକୁ ନେଇ ସୃଷ୍ଟି ହେବ। ମହାନଦୀ ସମସ୍ୟା ନେଇ କେନ୍ଦ୍ର ସରକାର ଓ ଛତିଶଗଡ଼ ସରକାରଙ୍କ ସହ ଆଲୋଚନା ବାରମ୍ବାର କରିବା ପରେ ବି କିଛି ସମାଧାନ ହୋଇନାହିଁ। ଏବେ ଟ୍ରିପଲ ଇଞ୍ଜିନ ସରକାର ମହାନଦୀ ସମସ୍ୟାର ସମାଧାନ କରୁ ବୋଲି କହିଛନ୍ତି ବରିଷ୍ଠ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ।
ମହାନଦୀକୁ ନେଇ ସାଙ୍ଘାତିକ ବୟାନ ଦେଲେ ପ୍ରସନ୍ନ । କହିଲେ, ମହାନଦୀ ଲୀନ ହେଇଯିବ । ସମସ୍ୟା ସମାଧାନ କରୁ ଟ୍ରିପଲ ଇଞ୍ଜିନ୍ ସରକାର ।
ମହାନଦୀକୁ ନେଇ ସାଙ୍ଘାତିକ ବୟାନ ଦେଇଛନ୍ତି ବିଜେଡି ନେତା ପ୍ରସନ୍ନା ଆଚାର୍ଯ୍ୟ । ଗତକାଲି ଟ୍ରିବ୍ୟୁନାଲର ଅଧ୍ୟକ୍ଷ ନିଯୁକ୍ତ ହେବା ପରେ ମହାନଦୀ ଓଡ଼ିଶାରେ ଲୀନ ହେଇଯିବ ବୋଲି କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି ଟ୍ରିବ୍ୟୁନାଲ ପରିବର୍ତ୍ତନ ହେବା ଯୋଗୁଁ ପୁଣି ମୂଳରୁ ଶୁଣାଣି ଆରମ୍ଭ ହେବ
/kanak/media/media_files/2024/12/14/oI33zhWm0yjoZjbutf8l.jpg)