କନକ ବ୍ୟୁରୋ: ଭୁଷୁଡିଲା ପ୍ରସନ୍ନ ଆଚାର୍ଯ୍ୟଙ୍କ ଗଡ। ରେଢାଖୋଲ ନିର୍ବାଚନ ମଣ୍ଡଳୀର ବିଜେଡି ସମର୍ଥିତ ୧୮ ଜଣ ସମିତି ସଭ୍ୟ ଓ ସରପଞ୍ଚ ଆଜି ବିଜେପିରେ ଯୋଗଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସମ୍ବଲପୁର ବିଜେପି ଅଫିସରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି । ପ୍ରସନ୍ନ ଆଚାର୍ଯ୍ୟ ବିଜେଡିରୁ ବିଧାୟକ ଥିବାବେଳେ ଏବେ ସେଠାରେ ବିଜେଡି ଦୁର୍ବଳ ହେବାରେ ଲାଗିଛି । ୨୦୦୦ ମସିହାରୁ ବିଜେଡି ରେଢାଖୋଲ ଜିତିଆସୁଛି । ଚଳିତଥର ରୋହିତ ପୂଜାରୀଙ୍କୁ ପରିବର୍ତ୍ତନ କରି ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦଳ ପ୍ରାର୍ଥୀ କରିଥିଲା । ପ୍ରସନ୍ନ ବି ଏଠାରୁ ଜିତିଥିଲେ । କିନ୍ତୁ ବିଜୟର ୬ ମାସ ପୁରୁଣ ଏତେ ସଂଖ୍ୟକ ସ୍ଥାନୀୟ ନେତା ବିଜେପିରେ ସାମିଲ ହେବା ପରେ ବିଜେଡି ସେଠାରେ ଦୁର୍ବଳ ହୋଇଛି ।
ଭୁଶୁଡୁଛି ପ୍ରସନ୍ନ ଆଚାର୍ଯ୍ୟଙ୍କ ଗଡ । ବିଜେପିରେ ମିଶିଲେ ରେଢାଖୋଲର ୧୮ ଜଣ ସମିତି ସଭ୍ୟ ଓ ସରପଞ୍ଚ ।
ଭୁଷୁଡିଲା ପ୍ରସନ୍ନ ଆଚାର୍ଯ୍ୟଙ୍କ ଗଡ। ରେଢାଖୋଲ ନିର୍ବାଚନ ମଣ୍ଡଳୀର ବିଜେଡି ସମର୍ଥିତ ୧୮ ଜଣ ସମିତି ସଭ୍ୟ ଓ ସରପଞ୍ଚ ଆଜି ବିଜେପିରେ ଯୋଗଦେଇଛନ୍ତି
/kanak/media/media_files/2024/11/07/4eSmLxttvvHKSjsH2an2.jpg)