କନକ ବ୍ୟୁରୋ : ଯୋଦ୍ଧା କେବେ ମୃତ୍ୟୁକୁ ଡରେନା,ଭୀରୁ ବାରମ୍ବାର ମରେ। ଏପରି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ। ଆଜି ଯାଜପୁରରେ ବିରଜା କଲ୍ୟାଣ ମଣ୍ଡପରେ ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ବିଜେପିକୁ ଶାଣିତ ଆକ୍ରମଣ କରିଛନ୍ତି । ପ୍ରଣବ ପ୍ରକାଶ କହିଛନ୍ତି ବିଜେଡି ପ୍ରତିଷ୍ଠା ଦିନ ଠାରୁ ଏହା ସାଧାରଣ ଲୋକଙ୍କ ପାଇଁ ସେବା କରି ଆସୁଛି। କିନ୍ତୁ ରାଜ୍ୟରେ ବିଜେପି ସରକାର ଆସିବା ପରେ ସାଧାରଣ ଭୋଟର ଆଜି ଅନୁତାପ ନିଆଁରେ ଜଳୁଛି । ଯାଜପୁର ମେଡିକାଲ କଲେଜର ୧୦୦ ସିଟ ବଦଳରେ କାହିଁକି ୫୦ ସିଟ ହେଲା। ନବୀନ ସରକାର ସମୟରେ ନିର୍ମାଣ ହୋଇଥିବା ଏହି ମେଡିକାଲ କଲେଜକୁ ବିଜେପି ସହି ପାରିଲା ନାହିଁ । ନବୀନଙ୍କ ପାଇଁ ଜେଲ୍ କଣ ଜୀବନ ଦେବାକୁ ପ୍ରସ୍ତୁତ ଅଛି। ଦଳ ବଦଳକାରୀଙ୍କୁ ଦଲାଲ ବୋଲି କହିଛନ୍ତି ପ୍ରଣବ ପ୍ରକାଶ ଦାସ । ଅନ୍ୟପଟେ ଏହାର କଡା ଜବାବ ଦେଇଛନ୍ତି ବଡଚଣା ବିଜେପି ବିଧାୟକ ଅମର ନାୟକ। କହିଛନ୍ତି, ୨୮ ବର୍ଷର ପ୍ରତିଷ୍ଠା ଦିବସ ପାଳନ କରୁଥିବା ବିଜେଡି ୨୯ ବେଳକୁ ପ୍ରତିଷ୍ଠା ଦିବସ ପାଳନ ପାଇଁ ନଥିବ।