ବିଜେଡି ଘର ସଜଡାରେ ଲାଗିଛନ୍ତି ନବୀନ: ବୋଲ ମାନୁନି ନେତାଙ୍କ ତୁଣ୍ଡ

Advertisment

ଗୋଟିଏ ପଟେ ବିଜେଡି ତାର ଘର ସଜାଡ଼ିବାକୁ ଚେଷ୍ଟା ଚଳାଇଥିବା ବେଳେ ଏହା ବେଶି ବିଗିଡ଼ି ଚାଲିଛି । ଯାଜପୁର ଘର ସଜାଡ଼ିବାକୁ ବବି ଦାସ ନେତାଙ୍କୁ ଏକାଠି କରୁଥିବା ବେଳେ ଜିଲ୍ଲାର ବରିଷ୍ଠ ନେତା ଅମର ଶତପଥୀଙ୍କୁ ଅଣଦେଖା କରାଯାଉଥିବା ଚର୍ଚ୍ଚା ହେଉଛି।

ଗୋଟିଏ ପଟେ ବିଜେଡି ତାର ଘର ସଜାଡ଼ିବାକୁ ଚେଷ୍ଟା ଚଳାଇଥିବା ବେଳେ ଏହା ବେଶି ବିଗିଡ଼ି ଚାଲିଛି । ଯାଜପୁର ଘର ସଜାଡ଼ିବାକୁ ବବି ଦାସ ନେତାଙ୍କୁ ଏକାଠି କରୁଥିବା ବେଳେ ଜିଲ୍ଲାର ବରିଷ୍ଠ ନେତା ଅମର ଶତପଥୀଙ୍କୁ ଅଣଦେଖା କରାଯାଉଥିବା ଚର୍ଚ୍ଚା ହେଉଛି।

cscs

କନକ ବ୍ୟୁରୋ: ଗୋଟିଏ ପଟେ ବିଜେଡି ତାର ଘର ସଜାଡ଼ିବାକୁ ଚେଷ୍ଟା ଚଳାଇଥିବା ବେଳେ ଏହା ବେଶି ବିଗିଡ଼ି ଚାଲିଛି । ଯାଜପୁର ଘର ସଜାଡ଼ିବାକୁ ବବି ଦାସ ନେତାଙ୍କୁ ଏକାଠି କରୁଥିବା ବେଳେ ଜିଲ୍ଲାର ବରିଷ୍ଠ ନେତା ଅମର ଶତପଥୀଙ୍କୁ ଅଣଦେଖା କରାଯାଉଥିବା ଚର୍ଚ୍ଚା ହେଉଛି। ଯାଜପୁରରେ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ ଅମରଙ୍କ ଅନୁପସ୍ଥିତି ଏହି ଚର୍ଚ୍ଚାକୁ ଅଧିକ ବଳ ଦେଇଛି।

ବିଜେଡିର ଅଭେଦ୍ୟଦୁର୍ଗ କୁହାଯାଉଥିବା ଯାଜପୁର, ୨୪ ନିର୍ବାଚନରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି । ନେତାଙ୍କ ଭିତରେ ମତଭେଦ, ତୀବ୍ର ଗୋଷ୍ଠୀ କନ୍ଦଳ ଯୋଗୁଁ  ୪ଟି ବିଧାନସଭା ଆସନ ହରାଇଛି ଦଳ । ଏହାରି ଭିତରେ ଯାଜପୁର ଘର ସଜାଡିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ପ୍ରଣବ ପ୍ରକାଶ ଦାସ । ବୁଧବାର ଯାଜପୁରରେ ଆୟୋଜିତ ସଭ୍ୟ ସଂଗ୍ରହ ଅଭିଯାନରେ ସବୁ ନେତାଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା । ମତାନ୍ତର ଦୂର କରିବାକୁ ଯାଇ ବିବି ଦାସ କହିଥିଲେ, ବିଜେଡି ମାନେ, ବି-ରେ ବବି, ଜେ- ଜିତୁ ଓ ଡି-ମାନେ ଡାନି । 

ସେପଟେ କିଛି ଦିନ ହେଲା ବିଜେଡି ଶିବିରରେ ଆଉ ଦେଖିବାକୁ ମିଳୁ ନାହାନ୍ତି ବରିଷ୍ଠ ନେତା ଅମର ଶତପଥୀ । ଶଙ୍ଖ ଭବନରେ ପୁରୁଖା ନେତାଙ୍କ ବୈଠକ ହେଉ କି ଯାଜୁପରର ସାଂଗଠନିକ  ବୈଠକ କେଉଁଥିରେ ବି ସାମିଲ ହେଉନାହାନ୍ତି ଏହି ପୂର୍ବତନ ମନ୍ତ୍ରୀ । ଗତକାଲି ସବୁ ବିଜେଡି ନେତା ଯାଜପୁରରେ ଏକାଠି ହୋଇଥିବା ବେଳେ ଅମର କିନ୍ତୁ ଅନୁପସ୍ଥିତ ଥିଲେ  । ଆଉ ଆଜି ପ୍ରତିକ୍ରିୟା ରଖି ଅମର ଶତପଥୀ କହିଛନ୍ତି, ମୁଁ ଏଭଳି ରାଜନୈତିକ କାର୍ଯ୍ୟକ୍ରମରୁ କିଛି ଦିନ ହେଲା ନିଜକୁ ନିବୃତ୍ତ ରଖିଛି । ଏହା କହି କଣ ବାର୍ତ୍ତା  ରଖିବାକୁ ଚାହୁଁଛନ୍ତି ଅମର । ଦଳ ତାଙ୍କୁ ଅଣଦେଖା କରୁଛି ନା ଦଳଠୁ ଦୂରେଇ ରହିବାକୁ ଚାହିଁଛନ୍ତି ଅମର।

ଘର ସଜାଡି ଆଗକୁ ବଢିବା ପାଇଁ ସୁପ୍ରିମୋ ଉଦ୍ୟମ କରୁଥିବା ବେଳେ ବିବାଦ, ନେତାଙ୍କ ଭିତରେ କଳି ଏବେ ଉଗ୍ର ରୂପ ନେଲାଣି । ତାର ଝଲକ ଗତକାଲି ସଭ୍ୟ ସଂଗ୍ରହରୁ ଦେଖିବାକୁ ମିଳିଛି, ଅନୁଗୁଳରେ ଦିନେଶ ପ୍ରଧାନ- ରଜନୀକାନ୍ତ, ବାଲେଶ୍ୱର ସିମୁଳିଆରେ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ- ଶଶୀ ସାହୁ  ଏବଂ କଟକରେ ସୌଭିକ ବିଶ୍ୱାଳଙ୍କ ବିବାଦୀୟ ବୟାନ ଦଳର ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛି । ଆଗାକୁ ବଢାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe