ପ୍ରଣବଙ୍କ ପିଛା ଛାଡ଼ୁନି ଜମି ବିବାଦ , ପୁଣି ସରକାରୀ ଜମି ମାଡ଼ି ବସିଥିବା ଅଭିଯୋଗ

Advertisment

ଫାର୍ମ ହାଉସ୍ ପାଇଁ ସରକାରୀ ଜମି ମାଡି ବସିଥିବା ଅଭିଯୋଗରେ ତହସିଲ ନୋଟିସ୍ ପରେ ବଢ଼ିଲା ଅଡୁଆ । ଗଡ଼ମଧୁପୁରବାସୀଙ୍କ ଦାବି ତୁରନ୍ତ ଫେରାଅ ଜମି ।

ଫାର୍ମ ହାଉସ୍ ପାଇଁ ସରକାରୀ ଜମି ମାଡି ବସିଥିବା ଅଭିଯୋଗରେ ତହସିଲ ନୋଟିସ୍ ପରେ ବଢ଼ିଲା ଅଡୁଆ । ଗଡ଼ମଧୁପୁରବାସୀଙ୍କ ଦାବି ତୁରନ୍ତ ଫେରାଅ ଜମି ।

pranab balabantaray

pranab balabantaray Photograph: (KanakNews)

କନକ ବୁରୋ:  ଧର୍ମଶାଳା ତହସିଲ ପକ୍ଷରୁ ପ୍ରଣବଙ୍କୁ ଜାରି କରାଯାଇଛି ନୋଟିସ  । ଗଡ଼ମଧୁପୁର ମୌଜାରେ ଜମି ଜବରଦଖଲ ଅଭିଯୋଗରେ ଧର୍ମଶାଳା ତହସିଲ୍‌ ପକ୍ଷରୁ ପ୍ରଣବଙ୍କୁ ଏହି ନୋଟିସ୍‌ ଜାରି ହୋଇଛି । ମଧୁପୁରଗଡ଼ ଗ୍ରାମପଂଚାୟତସ୍ଥିତ ପନ୍ତୁରୀର ଖାତା ନଂ ୩୩୬ ପ୍ଲଟ ନମ୍ବର ୧୧୧୮ରେ ଥିବା ଫାର୍ମ ହାଉସ୍ ବିନା ଅନୁମତିରେ ସରକାରୀ ଜମି ଜବରଦଖଲ କରିଥିବା ଦର୍ଶାଯାଇଛି । ଓଡିଶା ଭୂମି ଅନଧିକାର ଦଖଲ ନିବାରଣ ଅଧିନିୟମ ୧୯୭୨ର  ଧାରା ୪ ଏବଂ ୬ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ କାହିଁକି ନିଆ ନଯିବ? ସେ ନେଇ ପକ୍ଷ ରଖିବାକୁ କହିଛନ୍ତି । ନୋଟିସ୍ ପରେ ଜବରଦଖଲ ମୁକ୍ତ କରିବାକୁ ଦାବି କରିଛନ୍ତି ଗଡ଼ ମଧୁପୁରବାସୀ ।

ଅଧିକ ପଢନ୍ତୁ;  ଅଡୁଆରେ ବିଜେଡି ନେତା ପ୍ରଣବ ବଳବନ୍ତରାୟ : ଫାର୍ମହାଉସରେ ଗଣ୍ଡଗୋଳ ଘଟଣାରେ ନୋଟିସ୍ ଜାରି

ପୂର୍ବରୁ ମଧ୍ୟ ପ୍ରଣବଙ୍କ ବିରୋଧରେ ରହିଛି ସରକାରୀ ଜମି ଜବରଦଖଲ ଅଭିଯୋଗ । ଭୁବନେଶ୍ବର ଉପକଣ୍ଠ ଘଙ୍ଗାପାଟଣାର ପ୍ରାୟ ୧୦୦ ଏକର ଜମି ବେଆଇନ ଭାବେ ହାତେଇଥିବା ଅଭିଯୋଗ ପରେ ରାଜ୍ୟ ରାଜନୀତି ଉଠିଥିଲା ପଡିଥିଲା। ଅଭିଯୋଗକାରୀ ଦର୍ଶାଇଥିଲେ, ବାପା ସ୍ବର୍ଗତ କଳ୍ପତରୁ ଦାସ ରାଜ୍ୟସଭା ସାଂସଦ ଥିବାରୁ କ୍ଷମତାର ଅପବ୍ୟବହାର କରି ପ୍ରଣବ ଜଙ୍ଗଲ ଜମି ନିଜ ଟ୍ରଷ୍ଟ ନାମରେ କରିନେଇଥିଲେ । ତଦନ୍ତ ପରେ ପ୍ରାୟ ୭୬ ଏକର ଜମି ଫେରିଥିଲା । କ୍ରାଇମବ୍ରାଂଚ ମାମଲାର ତଦନ୍ତ ଦାୟିତ୍ବ ନେଇଥିଲା । ଆଉ ଏବେ ପୁଣି ସରକାରୀ ଜମି ଜବରଦଖଲ ଅଭିଯୋଗ ପରେ ତେଜିଛି ରାଜନୀତି ।  ଗତ ୧୪ତାରିଖ ଦିନ ପ୍ରଣବଙ୍କ ଫାର୍ମ ହାଉସରେ ତାଙ୍କ ସମର୍ଥକ ମାନେ ଭୋଜି କରୁଥିବାବେଳେ ଗଣ୍ଡଗୋଳ ହୋଇଥିଲା । ବିଧାୟକ ହିମାଂଶୁ ସାହୁଙ୍କ ସମର୍ଥକ ଓ ପ୍ରଣବଙ୍କ ସମର୍ଥକ ଆହତ ହୋଇଥିଲେ । ଗଣ୍ଡଗୋଳ ପରେ ଭୁବନେଶ୍ବରରୁ ଯାଜପୁର ପର୍ଯ୍ୟନ୍ତ ଚାଲିଥିଲା ଧାରଣା ରାଜନୀତି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe